ପ୍ରବଳ ବର୍ଷା; ଦାରିଙ୍ଗବାଡି ଫିରିଙ୍ଗିଆ ଓ ରାଇକିଆ ଅଞ୍ଚଳ ଗମନାଗମନ ବିଚ୍ଛିନ୍ନ

ଫୁଲବାଣୀ -୨୦/୦୮ ଲଗାଣ ବର୍ଷାରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି, ରାଇକିଆ ଓ ଫିରିଙ୍ଗିଆ ବ୍ଲକ ବିଶେଷ କ୍ଷତି ଗ୍ରସ୍ତ ହୋଇଛି l ବିଭିନ ସ୍ଥାନରେ କଲଭର୍ଟ ଆଦି ସମ୍ପୂର୍ଣ ଧୋଇ ହୋଇଯିବା ଫଳରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି l ଫିରିଙ୍ଗିଆ ବ୍ଲକ ପଵିଙ୍ଗିଆର ପଵିଙ୍ଗିଆ -ଲାମ ପଦର ରାସ୍ତାର ପାଜିମାହା କଲଭର୍ଟ ଧୋଇ ହୋଇଯିବା ଫଳରେ ତଵନି ପଦର, ଲାମ ପଦର, ପଥର ଖୋଲ ଗ୍ରାମ ବିଚ୍ଛିନ୍ନ ହୋଇ ପଡିଥିବା ବେଳେ ଦାରିଙ୍ଗବାଡି, ସୀମନବାଡୀ କଲଭର୍ଟ ଦବିଯାଇଛି l କେତକ ସ୍ଥାନରେ ମାଟି ଅତଡ଼ା ଖସି ଗମନାଗମନ ଠପ ହୋଇଯାଇଛି l ସେହିପରି ରାଇକିଆ -କରଡା ରାସ୍ତାରେ ମାଟି ଅତଡ଼ା ଖସିବା ଫଳରେ ରଣବା, ଇନ୍ଦ୍ରଗଡ, ଯୋଗାଯୋଗ ବିଛିନ୍ନ ହୋଇଯାଇଛି l ସେହିପରି ଫୁଲବାଣୀ ସମେତ ଅନେକ ସ୍ଥାନରେ ଘର ଭାଙ୍ଗି ଯାଇଥିବା ଜଣା ପଡ଼ିଛି l ଫୁଲବାଣୀ ସହର ନୂଆ ସାହିରେ ଚାରିଟି ଘର କାନ୍ଥ ଭୁଶୁଡି ପଡିଥିବା ବେଳେ ଜିଲ୍ଲାର ଅନେକ ସ୍ଥାନରେ ବହୁ ଘର ଭାଙ୍ଗି ଥିବା ଜଣାପଡିଛି l ପ୍ରଶାସନ ସତର୍କ ନଜର ରଖିଥିବା କହିଛି l ବର୍ଷା କମିଲେ ରାସ୍ତା ମରାମତି କରାଯାଇ ଗମନାଗମନର ସୁବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ l

Leave A Reply

Your email address will not be published.