ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ଦୁଇ ନାବାଳକ।

କାଲିମେଳା: ନାବାଳିକା ସହ ଦୁଷ୍କର୍ମ କରି ଦୁଇ ନାବାଳକ ହେଲେ ଗିରଫ ଏହି ପରି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମଭି ୭୯ ଥାନା ଅଞ୍ଚଳରେ, ୧୬ ବର୍ଷୀୟ ପୀଡିତାଙ୍କ ପିତାଙ୍କ ଲିଖିତ ଅଭିଯୋଗ କ୍ରମେ ଏମ ଭି ୭୯ ପୋଲିସ ଅଭିଯୁକ୍ତ ଦୁଇ ନାବାଳକଙ୍କୁ ଆଜି କୋର୍ଟ ଚାଲାଣ କରିଥିବା ଜଣା ଯାଇଛି । ପୀଡିତାଙ୍କ ପିତାଙ୍କ ଅଭିଯୋଗ କ୍ରମେ ଦୁଇ ଅଭିଯୁକ୍ତ ଗତ ୧୧ ତାରିଖ ରାତି ଆଠଟା ସମୟରେ ପୀଡିତାଙ୍କ ଘରେ କେହି ନଥିବା ସୁଯଗ ନେଇ ଦୁଇ ଅଭିଯୁକ୍ତ ପାଣି ପିଇବା ବାହାନା କରି ଘରକୁ ଆସିଥିଲେ । କେହି ନଥିବା ଦେଖି ନାବାଳିକାଙ୍କ ମୁହଁରେ କପଡା ଦେଇ ଘର ନିକଟ କେନାଲ ଜଙ୍ଗଲକୁ ନେଇ ସେଠାରେ ଦୁଇ ଜଣ ଦୁଷ୍କର୍ମ କରିଥିଲେ, ପୀଡିତାର ଭାଇ ଘରେ ପହଞ୍ଚି ଭଉଣୀକୁ ନ ଦେଖି ଖୋଜି ସେଠାରେ ପହଞ୍ଚି ଥିଲେ, ପୀଡିତାଙ୍କ ଭାଇ ଆସିବାର ଦେଖି ଦୁଇ ଜଣ ଅଭିଯୁକ୍ତ ସେଠାରୁ ଦୌଡ଼ି ପଳାଇ ଥିଲେ l ପୀଡ଼ିତାଙ୍କ ଭାଇ ବାପାଙ୍କୁ ଫୋନ ମାଧ୍ୟ୍ୟମରେ ଘଟଣା ସମ୍ପର୍କରେ ଜଣାଇ ଥିଲେ । ପୀଡ଼ିତାଙ୍କ ବାପା ବିଦେଶରେ ରହି କାର୍ଯ୍ୟ କରୁଥିଲେ କାର୍ଯ୍ୟରୁ ଛୁଟି ନେଇ ଘରକୁ ଆସି ସବୁ ଘଟଣା ଜାଣିବା ପାରେ ଦୁଇ ଅଭିଯୁକ୍ତଙ୍କ ନାମରେ ପୀଡ଼ିତାଙ୍କ ପିତା ଏମଭି ୭୯ ଥାନାରେ ଲିଖିତ ଅଭିଯୋଗ କରିଥିଲେ l ପୋଲିସ କେଶ ନମ୍ବର ୯୧/୨୨ ରୁଜୁ କରି ଦୁଇ ଅଭିଜଯୁକ୍ତଙ୍କୁ ଗିରଫ କରି ଦଫା ୩୩୬,୩୩୭D ପୋକ୍ସ ଆକ୍ଟରେ ଆଜି କୋର୍ଟ ଚାଲାଣ କରିଛନ୍ତି l ଏଏସ ଆଇ ନରେନ୍ଦ୍ର ପ୍ରସାଦ ଭତ୍ରା ଏହାର ଅଧିକ ତଦନ୍ତ କରୁଥିବା ଥାନା ଅଧିକାରୀ ମୁକୁନ୍ଦ ମେଲକା କହିଛନ୍ତି l

Leave A Reply

Your email address will not be published.