ଆଜି ବି ପ୍ରବଳ ବର୍ଷା; ଫୁଲବାଣୀ ସହରରେ ଲୋକଙ୍କ ଘରେ ପଶିଲା ପାଣି, ଅନେକ ଘର ଭାଙ୍ଗିଲା, ଡ୍ୟାମ ଉପରେ ୩ ଫୁଟ ଉଚରେ ବନ୍ୟାଜଳ, ଗମନାଗମନ ବିଚ୍ଛିନ୍ନ

ଫୁଲବାଣୀ -20/08 ଲଗାଣ ବର୍ଷାରେ କନ୍ଧମାଳ ଜିଲ୍ଲା ରସଦର ମହକୁମା ଫୁଲବାଣୀ ସମେତ ଦାରିଂବାଡ଼ି, ରାଇକିଆ ଓ ଫିରିଙ୍ଗିଆ ବ୍ଲକ ବିଶେଷ କ୍ଷତିଗ୍ରସ୍ତ ହୋଇଛି l ଫୁଲବାଣୀ ସହରରେ ଅନେକ ସାହିରେ ଲୋକଙ୍କ ଘରେ ପାଣି ପଶି ଯାଇଛି l ରାସ୍ତାରେ ବି ପାଣିର ସୁଅ ଛୁଟୁଛି l ଅନେକ ଘର କାନ୍ଥ ଭୁଶୁଡି ପଡିଛି l ପିଲା ସାଲକୀ ନଦୀରେ ପ୍ରବଳ ବନ୍ୟାଜଳ ପ୍ରବାହିତ ହେବା ଫଳରେ ଡ୍ୟାମ ଉପରେ ଦୁଇଦିନ ହେଲା ୩ ଫୁଟ ଉଚରେ ବନ୍ୟା ଜଳ ପ୍ରବାହିତ ହେବା ଫଳରେ ଡାକପାଲା, ଦାମିଙ୍ଗl, ଆଲମି, ଆଦି ଅନେକ ପଞ୍ଚାୟତ ବିଛିନ ହୋଇପଡିଛି l ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି l ସେହିପରି ବିଭିନ ସ୍ଥାନରେ କଲଭର୍ଟ ଆଦି ସମ୍ପୂର୍ଣ ଧୋଇ ହୋଇଯିବା ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି l ଫିରିଙ୍ଗିଆ ବ୍ଲକ ପଵିଙ୍ଗିଆର ପଵିଙ୍ଗିଆ -ଲାମ ପଦର ରାସ୍ତାର ପାଜିମାହା କଲଭର୍ଟ ଧୋଇ ହୋଇଯିବା ଫଳରେ ତଵନି ପଦର, ଲାମ ପଦର, ପଥର ଖୋଲ ଗ୍ରାମ ବିଛିନ୍ନ ହୋଇ ପଡିଥିବା ବେଳେ ଦାରିଂବାଡ଼ି, ସୀମନବାଡୀ କଲ ଭର୍ଟ ଦବିଯାଇଛି l କେତକ ସ୍ଥାନରେ ମାଟି ଅତଡ଼ା ଖସି ଗମନାଗମନ ଠପ ହୋଇଯାଇଛି l ସେହିପରି ରାଇକିଆ -କରଡା ରାସ୍ତାରେ ମାଟି ଅତଡ଼ା ଖସିବା ଫଳରେ ରଣବା, ଇନ୍ଦ୍ରଗଡ, ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି l ସେହିପରି ଫୁଲବାଣୀ ସମେତ ଅନେକ ସ୍ଥାନରେ ଘର ଭାଙ୍ଗି ଯାଇଥିବା ଜଣା ପଡ଼ିଛି l ସେହିପରି ଜିଲ୍ଲାର ଅନେକ ସ୍ଥାନରେ ବହୁ ଘର ଭାଙ୍ଗି ଥିବା ଜଣାପଡିଛି l ତେଵେ ପ୍ରଶାସନ ସତର୍କ ନଜର ରଖିଥିବା କହିଛି l

Leave A Reply

Your email address will not be published.