କନ୍ଧମାଳ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ୨୧ରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ଫୁଲବାଣୀ -୨୦/୦୮ କନ୍ଧମାଳ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ଜିଲ୍ଲା ବରିଷ୍ଠ ସଚେତନ ନାଗରିକ ସଂଘ ଓ ମହାନଦୀ ଚକ୍ଷୁ ଚିକିତ୍ସାଳୟ, ସୋନପୂର୍ ର ମିଳିତ ଆନୁକୁଲ୍ୟରେ ଚଳିତ ଅଗଷ୍ଟ ମାସ ୨୧ ତାରିଖ (ରବିବାର) ଦିନ ଫୁଲବାଣୀ ସହର ସ୍ଥିତ ନାରାୟଣୀ ଯାତ୍ରା ମଣ୍ଡପ ଠାରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଓ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ ହେବ। ବିଶ୍ଵ ବରିଷ୍ଠ ନାଗରିକ ଦିବସ (୨୧ ଅଗଷ୍ଟ) ପାଳନ ଅବସରରେ ଅନୁଷ୍ଠିତ ଏହି ଶିବିର ପୂର୍ବାହ୍ନ ୧୦ ଘଣ୍ଟା ସମୟର ଉଦଘାଟିତ ହେବ ଓ ଉକ୍ତ ସ୍ଥାନରେ ସନ୍ଧ୍ୟା ୭ ଘଣ୍ଟା ସମୟ ରେ “ବରିଷ୍ଠ ନାଗରିକ ଦେଶର ସମ୍ପଦ” ଶୀର୍ଷକ ଏକ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଟିତ ହେବ। ଏଥିରେ ବହୁ ସଂଖ୍ୟାରେ ଯୋଗ ଦେବାଲାଗି ଅଶୋକ ପରିଡ଼ା ଆବାହକ, ଜିଲ୍ଲା ମିଳିତ ନାଗରିକ କମିଟି, କନ୍ଧମାଳ, ଫୁଲବାଣୀକୁ ଅନୁରୋଧ କରିଛନ୍ତି l

Leave A Reply

Your email address will not be published.