ଠକ ସୁନ୍ଦରୀ ନିଶା କଶ୍ୟପଙ୍କ ନାଁରେ ସର୍କୁଲାର ଜାରି କଲା କ୍ରାଇମବ୍ରାଞ୍ଚ । ରୋଜଗାର ଦେବା ନାଁରେ ଓଡିଶାରୁ ଲୋକଙ୍କଠାରୁ ଠକିନେଇଥିଲେ କୋଟିଏରୁ ଅଧିକ ଟଙ୍କା ।

ରୋଜଗାରର ସ୍ୱପ୍ନ ଦେଖାଇ ଲୋକଙ୍କୁ କୋଟି କୋଟି ଟଙ୍କା ଠକିଥିବା ଅଭିଯୋଗରେ ଠକ ସୁନ୍ଦରୀ ନିଶା କଶ୍ୟପଙ୍କୁ ଖୋଜୁଛି କ୍ରାଇମବ୍ରାଞ୍ଚ । ତାଙ୍କ ବିରୋଧରେ ଲୁକଆଉଟ୍ ସର୍କୁଲାର ଜାରି କରାଯାଇଛି । ଓଡ଼ିଶାର ଭଞ୍ଜନଗରରେ ଏକ ବ୍ରାଞ୍ଚ ଖୋଲି ନିଶା, ତାଙ୍କ ସ୍ୱାମୀ ଓ ଜଣେ ସହଯୋଗୀ ୧୬୬ ଜଣଙ୍କ ଠାରୁ କୋଟିଏ ୯୧ ଲକ୍ଷ ଟଙ୍କା ଲୁଟି ଥିବା କ୍ରାଇମବ୍ରାଞ୍ଚ ତଦନ୍ତ ବେଳେ ଜାଣିବାକୁ ପାଇଛି ।

ଠକ ସୁନ୍ଦରୀଙ୍କୁ ଖୋଜୁଛି କ୍ରାଇମବ୍ରାଞ୍ଚ
ଜାରି ହେଲା ଲୁକଆଉଟ ସର୍କୁଲାର
ତେବେ ଏହି ସୁନ୍ଦରୀ ମହିଳାଙ୍କ କାରନାମା ଯେ ଏତେ ସାଂଘାତିକ, ତାହା କଳ୍ପନା କରିବା ମୁସକିଲ୍ । ଓଡ଼ିଶାରୁ କୋଟି କୋଟି ଟଙ୍କା ଠକେଇ ଅଭିଯୋଗରେ ଏବେ କ୍ରାଇମବ୍ରାଞ୍ଚ ପାଇଁ ପାଲଟିଯାଇଛନ୍ତି ମୋଷ୍ଟ ୱାଣ୍ଟେଡ୍ ।

ନାଁ – ନିଶା କଶ୍ୟପ
କାମ- ବେରୋଜଗାରଙ୍କୁ ଚାକିରି ଲୋଭ ଦେଖାଇ ହରିଲୁଟ କରିବା
ତାଙ୍କୁ ଧରିବାକୁ ଯାଇ ନାକେଦମ ହୋଇଥିବା ଓଡ଼ିଶା କ୍ରାଇମବ୍ରାଞ୍ଚ କୋର୍ଟରୁ ଜାମିନ ବିହୀନ ଗିରଫ ପରୱାନା ଅନୁମତି ପାଇଥିବା ବେଳେ ଲୁକଆଉଟ୍ ସର୍କୁଲାର ଜାରି କରାଯାଇଛି କେବଳ ନିଶା ନୁହଁନ୍ତି, ତାଙ୍କ ସ୍ୱାମୀ ଭିକୁ ବିଷୋୟୀ ଓ ସହଯୋଗୀ ମଣିକନ୍ଦନ ନାଁରେ ମଧ୍ୟ ଲୁକଆଉଟ ସର୍କୁଲାର ଜାରି କରିଛି କ୍ରାଇମବ୍ରାଞ୍ଚ । ଭିକୁ ଏବଂ ମଣି କିନି ଇନଫୋଟେକ ନାମକ ଏକ ସଂସ୍ଥା ଖୋଲି ବେରୋଜଗାରଙ୍କୁ ଚାକିରିର ପ୍ରତିଶ୍ରୁତି ଦେଇ ଲୁଟଛନ୍ତି । ଓଡ଼ିଶାର ଭଞ୍ଜନଗରରେ ଏକ ବ୍ରାଞ୍ଚ ଖୋଲି ୧୬୬ ଜଣଙ୍କ ଠାରୁ କୋଟିଏ ୯୧ ଲକ୍ଷ ଟଙ୍କା ଲୁଟି ଥିବା କ୍ରାଇମବ୍ରାଞ୍ଚ ତଦନ୍ତ ବେଳେ ଜାଣିବାକୁ ପାଇଛି । ଏପରିକି କିନି ଇନଫୋଟେକ ଆକାଉଣ୍ଟରୁ ସିମବକ୍ସ କମ୍ପାନୀର ଆକାଉଣ୍ଟକୁ ୩୮ ଲକ୍ଷ ଟଙ୍କା ଟ୍ରାଞ୍ଜାକସନ ହୋଇଛି । ଯେଉଁ ସଂସ୍ଥାର ମୁଖ୍ୟ ହେଉଛନ୍ତି ନିଶା ।

ପୋଲିସ୍ ତଦନ୍ତରୁ ଜାଣିବାକୁ ପାଇଛି ଏହି ଠକମାନେ କେବଳ ଓଡ଼ିଶା ନୁହେଁ, ବରଂ ପଞ୍ଜାବରେ ମଧ୍ୟ ଲୋକଙ୍କୁ ଚୂନା ଲଗାଇଛନ୍ତି । ତେବେ ଏହି ଠକମାନଙ୍କୁ କେବେ ହାତକଡ଼ି ପିନ୍ଧାଇବ କ୍ରାଇମବ୍ରାଞ୍ଚ, ତାକୁ ହିଁ ଅପେକ୍ଷା ।

Leave A Reply

Your email address will not be published.