ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ୨୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ;ପ୍ରଧାନ ଶିକ୍ଷୟତ୍ରୀଙ୍କ ଅବହେଳା ଯୋଗୁଁ ପିଲାମାନେ ହନ୍ତସନ୍ତ

ମାଲକାନଗିରି: ୨୦/୦୮/୨୨ ଛାତ୍ରଛାତ୍ରୀମାନେ ଦଶମ ପାଶ କରିବା ସହିତ, ବିଭିନ୍ନ କଲେଜମାନଙ୍କରେ ଆଡ଼ମିଶନ ପାଇଁ ତତ୍ପରତା ଦେଖାଉ ଥିବାବେଳେ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତାରଲାକୋଟା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ। ଦିଦିଙ୍କ ମନମୁଖୀ କାର୍ଯ୍ୟ ପାଇଁ ପିଲାଏ ହନ୍ତସନ୍ତ ହେଉଥିଲେ ।ସ୍କୁଲ ଲିଭିଙ୍ଗ ସାର୍ଟିଫିକେଟ ପ୍ରଧାନ ଶିକ୍ଷୟିତ୍ରୀ ପିଲାଙ୍କୁ ଦେଉନଥିବା ଅଭିଯୋଗରେ ପାଖାପାଖି ୨୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଭିଯୋଗ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥବା ଦେଖିବାକୁ ମିଳିଛି। ତେବେ ଏଭଳି ଅଭିଯୋଗ ନେଇ ଆଜି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେବା ପରେ ଏହାର ସମାଧାନ ପାଇଁ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ନାୟକ ଯଥାଶିଘ୍ର ଜିଲ୍ଲା ଶିକ୍ଷା ଅଧିକାରୀ ମାନସ କୁମାର ଜେନାଙ୍କୁ ଏବିଷୟରେ ଅବଗତ କରାଇଥିଲେ। ଏଥି ସହିତ ଯଥାଶୀଘ୍ର ଏହାର ସମାଧାନ ପାଇଁ ତଥା ପିଲାଙ୍କ ସ୍କୁଲ ଲିଭିଙ୍ଗ ସାର୍ଟିଫିକେଟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ପ୍ରଧାନ ଶିକ୍ଷୟିତ୍ରୀ ଦିଦିଙ୍କ ଏଭଳି କାରନାମା ପଛରେ କ’ଣ ଉଦ୍ଦେଶ୍ୟ ଥାଇପାରେ ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ। ତେବେ ଏହାର ସଠିକ୍ ତଦନ୍ତ କରିବା ସହିତ ଦିଦିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ ମାନସ କୁମାର ଜେନା କହିଛନ୍ତି ।

Leave A Reply

Your email address will not be published.