ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ?

ଫୁଲବାଣୀ -୨୦/୦୮ କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅନ୍ତର୍ଗତ ଡେ଼ରାକୁମ୍ପା ନିକଟ ନାଳର କଲଭର୍ଟ ତଳୁ ଆଜି ଜଣେ ମହିଳାଙ୍କ ଉଲଗ୍ଣ ଅବସ୍ଥାରେ ଗଳିତ ଶବ ଉଦ୍ଧାର କରିଛି ପୋଲିସ l ଏହା ଏକ ଦୁଷ୍କର୍ମ ଓ ହତ୍ୟା ଘଟଣା ବୋଲି ସନ୍ଦେହ କରାଯାଉଛି l ଖବର ପାଇ ଗୋଛାପଡା ଥାନା ଅଧିକାରୀ ରଣଜିତ କୁମାର ମୁନି ପୋଲିସ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି l ମୃତଦେହ ଜବତ କରି ବ୍ୟବଛେଦ ନିମନ୍ତେ ସଦର ମହକୁମା ଡାକ୍ତରଖାନା ପଠାଇଛନ୍ତି l ତେଵେ ବ୍ୟବଛେଦ ରିପୋର୍ଟ ଆସିବାପରେ ମହିଳାଙ୍କ କିଭଳି ମୃତ୍ୟୁ ଘଟିଛି ଜଣାପଡିବ ବୋଲି ଗୋଛାପଡା ଥାନା ଅଧିକାରୀ ମୁନି କହିଛନ୍ତି l ତେଵେ ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଥିବା କହିଛି l ମୃତ ମହିଳାଙ୍କ ପରିଚୟ ମିଳିନାହିଁ l

Leave A Reply

Your email address will not be published.