ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲେ ପୋୖରାଧ୍ୟକ୍ଷା

ଫୁଲବାଣୀ -୨୦/୦୮ ଗତ ଦୁଇଦିନ ଧରି ପୁଣି ଲଗାଣ ବର୍ଷା ହେବା ଫଳରେ ଫୁଲବାଣୀ ସହର ବେହାଲ ହୋଇପଡିଛି l ପିଲା ସାଲକୀ ନଦୀରେ ପ୍ରବଳ ବନ୍ୟା ଜଳ ଆସିବା ଫଳରେ ଡ୍ୟାମ ଉପରେ ଗତକାଲିଠୁ ୩ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ୨ ନମ୍ବର ୱାର୍ଡ ବିଛିନ୍ନ ହୋଇଯାଇଛି ସେହିପରି ୮ ନମ୍ବର ୱାର୍ଡ ଅନ୍ତର୍ଗତ ନୁଆସାହି ଅଞ୍ଚଳରେ ୫ଟି ପାଖାପାଖି ଘରର କାନ୍ଥ ଭୁଶୁଡି ପଡିଥିଲା l ଡ୍ରେନ ସମସ୍ୟା ଯୋଗୁଁ କିଛି ଲୋକଙ୍କ ଘରେ ପାଣି ପଶିଯାଇଥିଲା ଫଳରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ଲୋକେ l ଖବର ପାଇ ଫୁଲବାଣୀ ମୁନିସିପାଲିଟିର ପୋୖରାଧ୍ୟକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି ଓ ପୌର କର୍ମଚାରୀ ପ୍ରମୁଖ ପହଞ୍ଚି କ୍ଷତିଗ୍ରସ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ l ସେମାନଙ୍କୁ ପୌର ପରିଷଦ ପକ୍ଷରୁ ଅନ୍ୟତ୍ର ସ୍ଥାନାନ୍ତର କରି ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଥିଲା l ସେହିପରି ଡ୍ରେନ ସମସ୍ୟା ଥିବା ଅଞ୍ଚଳରେ ଡ୍ରେନ ମରାମତି କରାଯାଇ ଜଳ ନିଷ୍କାସନ ବ୍ୟବସ୍ଥା କରିବା ଲାଗି ପ୍ରତିଶ୍ରୁତି ଦେଇଥିଲେ ପୋୖରାଧ୍ୟକ୍ଷା ସ୍ମିତା l ସହରବାସୀ ଯେପରି ସୁଖ ସୁବିଧାରେ ରହିବେ ସେଥି ପ୍ରତି ସେ ସର୍ବଦା ଧ୍ୟାନ ଦେଉଥିବା କହିଥିଲେ l ପୋୖରାଧ୍ୟାକ୍ଷା ଶ୍ରୀମତୀ ମହାନ୍ତିଙ୍କୁ ପାଖରେ ପାଇ ଦୁଃଖ ଜଣାଇଥିବାରୁ ସେମାନଙ୍କ ଦୁଃଖ ଦୂର ହେବ ବୋଲି କହିଛନ୍ତି ଲୋକେ l ସେହିପରି ୮ ନମ୍ବର ବିଜେଡି କାଉନ୍ସିଲର ତଥା ଯୁବନେତା ରାଜେନ୍ଦ୍ର ପାଢ଼ୀ ମଧ୍ୟ ଖବର ପାଇ କ୍ଷତିଗ୍ରସ୍ତ ପରିବାରଙ୍କ ନିକଟରେ ପହଞ୍ଚି ଗୁହାରି ଶୁଣିବା ସହ ସହଯୋଗ କରିଥିଲେ l

Leave A Reply

Your email address will not be published.