ଜାବ ଓ ସୋଢ଼ା ଗ୍ରାମ୍ୟ କମିଟି ପକ୍ଷରୁ ସୋଢ଼ା ଗ୍ରାମରେରେ ସାମାଜିକ ବନୀକରଣ।

ବରଗଡ / ପାଇକମାଳ : ଆଜି ବରଗଡ ଜିଲ୍ଲା ପାଇକମାଳ ବ୍ଲକ୍ ଅନ୍ତର୍ଗତ ଟେମେରି ଗ୍ରାମ ପଞ୍ଚାୟତ ର ସୋଢ଼ା ଗ୍ରାମ ରେ ଜର୍ନାଲିଷ୍ଟ ଏସୋସିଏସନ୍ ଅଫ ବରଗଡ (ଜାବ) ଓ ଗ୍ରାମ୍ୟ କମିଟି ର ମିଳିତ ଉଦ୍ୟମ ରେ ଗ୍ରାମରେ ସାମାଜିକ ବନୀକରଣ ଅନୁଷ୍ଠିତ ହୋଇଥିଲା। ଜାବ ସଭାପତି ରବିନାରାୟଣ ପଣ୍ଡାଙ୍କ ସଭାପତିତ୍ଵ ତଥା ସାଧାରଣ ସମ୍ପାଦକ ଯୁଧିଷ୍ଟିର ମହାପାତ୍ର ଓ ସ୍ଥାନୀୟ ସରପଞ୍ଚ ଦିଲିପ କୁମାର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ନିଆରା ଘରଟିକୁ ଗଛ ଟିଏ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗ୍ରାମର ପ୍ରତ୍ୟେକ ଘରି ଜଣେ ଲେଖାଏଁ ଲୋକ ବାହାରି ଆସି ତାଙ୍କ ପିତୃ ପୁରୁଷଙ୍କ ନାମରେ ଆଜି ବୃକ୍ଷ ରୋପଣ କରିଥଲେ। ଗ୍ରାମରେ ଏକ ସୁନ୍ଦର ଓ ମନୋରମ ପରିବେଶ ସୃଷ୍ଟିର ସଂକଳ୍ପ ନେଇଥିଲେ ସ୍ଥାନୀୟ ସରପଞ୍ଚ। ବିଭିନ୍ନ ପ୍ରକାରର ବନୌଷଧି, ଫଳ ଗଛ ଲଗାଯାଇ ତାର ଉପଯୁକ୍ତ ଯତ୍ନ ନିଆଯାଇ ଏହି ସ୍ଥାନକୁ ଏକ ଦର୍ଶନୀୟ ସ୍ଥାନ ଭାବରେ ପରିଗଣିତ କରିବାକୁ ସଂକଳ୍ପ ନିଆଯାଇଥିଲା। । ଜାବର ବରିଷ୍ଠ ସଦସ୍ୟ ରଞ୍ଜନ ଦେବତା, ବଦ୍ରୀ ପ୍ରସାଦ ସାହୁ, ସଚ୍ଚିଦାନନ୍ଦ ପାତ୍ର, ଧୀରେନ୍ଦ୍ର ମହାନ୍ତି, ସୁଦାମ ପ୍ରଧାନ ,ବଡ ଶତପଥୀ, ବିଦ୍ୟାଧର ସାହୁ, କୁଞ୍ଜ ବିହାରୀ ସାହୁ, ପୁର୍ବତନ ସରପଞ୍ଚ ଡମ୍ବରୁଧର ବେହେରା, ଗନ୍ଧମାର୍ଦନ ସୁରକ୍ଷା ଯୁବ ପରିଷଦର ରାହାସ ବିହାରି ସାହୁ , ସୋଢ଼ା ଗ୍ରାମ କମିଟିରୁ ଟଙ୍କଧର ପ୍ରଧାନ, ବିପିନ ବିହାରୀ ସାହୁ, ସୁରେନ୍ଦ୍ର ପ୍ରଧାନ, ଦେବାର୍ଚ୍ଚନ ସାହୁ, କିଶୋର ରଣା, କୈଳାସ ପଟେଲ, ରବୀନ୍ଦ୍ର ପ୍ରଧାନ, ଫକିର ସାହୁ, ଗଣ୍ଡା ରଣା, କୃପାସିନ୍ଧୁ ପ୍ରଧାନ, ଜୟନ୍ତୀ ରଣା, ଅର୍ଜୁନ ରଣା, ବିଶି ରଣାଙ୍କ ସମେତ ଶତାଧିକ ଗ୍ରାମବାସୀ ଅଂଶଗ୍ରହଣ କରିଥିଲେ l

Leave A Reply

Your email address will not be published.