ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲିଦେଖିଲେ ବାଲିଗୁଡା ବିଧାୟକ ଚକ୍ରମଣି କଂହର ।

ଫୁଲବାଣୀ ୨୧/୦୮ ବନ୍ୟାଞ୍ଚଳ ଗସ୍ତରେ ବାଲିଗୁଡା ବିଧାୟକ ଚକ୍ରମଣି କଂହର । ଦୁର୍ଦ୍ଧିନ ସମୟରେ ଲୋକଙ୍କ ଅସୁବିଧା ଦୂର କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ବିଧାୟକ କହଁର l ଚାରି ଦିନ ଧରି ଅହରହ ବର୍ଷାରେ ଜିଲ୍ଲାର ପ୍ରାୟ ୩ ଶହ ରୁ ଉର୍ଦ୍ଧ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । କନ୍ଧମାଳ ଜିଲ୍ଲାର ତୂମୁଡିବନ୍ଧ ବ୍ଲକର ପ୍ରାୟ ୭ଟି ପଞ୍ଚାୟତରେ ରାସ୍ତା କଟିଯିବାରୁ ଯୋଗଯୋଗ ବିଚ୍ଛିନ୍ନ ହୋଇଛି । କୁର୍ତ୍ତମଗଡ ଠାରୁ ସିର୍ଲା ରୋଡ, ସରଧାପୁର ବ୍ରିଜ, ପାଡାମାହା ରାସ୍ତା, ଲଦରଗାଁ ଠାରୁ ଲଙ୍କାଗଡ଼ ରାସ୍ତା, ବେଲଘର ଠାରୁ ଗୁର୍ଲିମାସ୍କା ରାସ୍ତା ସମ୍ପୂର୍ଣ୍ଣ ରୂପେ ବର୍ଷା ଜଳରେ ଧୋଇ ହୋଇଯାଇଛି । ଯାହା ଫଳରେ ଅନେକ ଗ୍ରାମକୁ ଏବେ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏଭଳି ସମୟରେ ବାଲିଗୁଡା ବିଧାୟକ ଚକ୍ରମଣି କଂହର , ତୂମୁଡିବନ୍ଧ ସାଂସଦ ପ୍ରତିନିଧି ପ୍ରମୋଦ କୁମାର ସାହୁ ବନ୍ୟା ପ୍ରଭାବିତ ଲୋକଙ୍କ ପାଖରେ ପହଞ୍ଚିଛନ୍ତି । ଘାଟି ପାହାଡ ରାସ୍ତାରେ ଅସୁବିଧାରେ ଥିବା ଗୋଟିଏ ଗୋଟିଏ ପରିବାରକୁ ଯାଇ ସେମାନଙ୍କ ସମସ୍ୟା ବୁଝୁଛନ୍ତି । ଯେଉଁ ସବୁ ଗ୍ରାମକୁ ଯୋଗା ଯୋଗ ବିଛିନ ହୋଇଛି ସେଠାରେ ନିଜେ ଉପସ୍ଥିତ ରହି ରାସ୍ତା ନିର୍ମାଣ କାର୍ଯ୍ୟ କରୁଛନ୍ତି । ଆଜିର ଏହି ମାରାଥନ ଗସ୍ତରେ ବାଲିଗୁଡା ବିଧାୟକ ଚକ୍ରମଣି କଂହର , ତୂମୁଡିବନ୍ଧ ବିଜୁ ଜନତା ଦଳ ସଭାପତି ପ୍ରମୋଦ କୁମାର ସାହୁ, ପଞ୍ଚାୟତ ସମିତି ଅଧକ୍ଷ ବାସନ୍ତି ମାଝୀ, ଜିଲ୍ଲା ପରିଷଦ ସଭ୍ୟ ନବୀନ ପାତ୍ର , ସମିତି ସଭ୍ୟା ସୁଭଦ୍ରା ବେହେରଦଳାଇ, ପଞ୍ଚାୟତ ସଭାପତି ଜିସାୟ ମଣ୍ଡଳ , ମୟନ୍ତି ପାଟମାଝୀ, ଅମୀୟ ପରାସେଠ, ବଙ୍ଗାଳି ବଡ଼ସେଠ, ଗଙ୍ଗା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.