ବାଲୁଗାଁର ଯୁବ ଖେଳାଳୀ ଆଶିଷ ସ୍ବାଇଁଙ୍କ ଇରାନରେ ଦମଦାର ପ୍ରଦର୍ଶନ, ଭାରତ ସେମିକୁ ଉନ୍ନିତ

ଭାରତୀୟ ଦଳରେ ସମାଲି ହୋଇଥିବା ଏକମାତ୍ର ଭଲିବଲ ଖେଳିଳୀ ଆଶିଷ ସ୍ବାଇଁଙ୍କ ଦମଦାର ପ୍ରଦର୍ଶନ। ଇରାନର ତେହରାନଠାରେ ଚାଲିଥିବା 14 ତମ ଏସୀୟ ଯୁବ ଭଲିବଲ ପ୍ରତିଯୋଗୀତାରେ ଆଶିଷଙ୍କ ତୀବ୍ର ଆକ୍ରମଣ ପାଇଁ ଭାରତ ସେମିରେ ପହଁଚି ପାରିଛି। ସେହିପରି ଭାରତର ଅନ୍ୟତମ ଖେଳାଳୀ ଉତ୍ତର ପ୍ରଦେଶର ଆର୍ଯ୍ୟାୟନ ମଧ୍ୟ ଭାରତୀୟ ଦଳକୁ ଆଗେଇ ନେବାରେ ସାହାଯ୍ୟ କରିଥିଲେ।

ମିଳିଥିବା ସୂଚନା ଅନୁସାରେ ତେହରାନଠାରେ ଚାଲିଥିବା 14 ତମ ଏସୀୟ ଅଠର ବର୍ଷ କମ ବର୍ଗ ପୁରୁଷ ଭଲିବଲ ଚମ୍ପିୟାନସିପ ଚାଲିଛି। ସେଠାରେ ଭାରତର ଏହା ହେଉଛି ତୃତୀୟ ବିଜୟ। ପୂର୍ବରୁ ଭାରତର ଦୁଇଥର ବିଜୟ କରି କ୍ବାଟର ଫାଇନାଲକୁ ଉନ୍ନତ ହୋଇଛି। ଗତକାଲି ଖେଳରେ ଭାରତ ଚାଇନାକୁ 3-1 ସେଟରେ ପରାସ୍ତ କରି ସେମି ଫାଇନାଲ ଖେଳିବାକୁ ଯୋଗ୍ୟ ହୋଇପାରିଛି।

ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଚାଷଙ୍ଗରା ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଆଶିଷ ସ୍ବାଇଁଙ୍କ ପିଲାଟି ଦିନରୁ ଭଲିବଲ ପ୍ରତି ରହିଛି ବେଶ ଆଗ୍ରହ। ମୁଖ୍ୟତଃ ତାଙ୍କର ଉଚ୍ଚତା ଆଉ ପରିଶ୍ରମ ପାଇଁ ସେ ଅଠର ବର୍ଷ କମ ବର୍ଗର ଖେଳାଳୀ ଭାବେ ଭାରତୀୟ ଦଳରେ ସାମିଲ ହୋଇ ପାରିଛନ୍ତି। ଜଣେ ଯୁବ ପ୍ରତିଭା ଭାବେ ଆଶିଷ ବର୍ତ୍ତମାନ ଇରାନର ତେହେରାନଠାରେ ଆନ୍ତର୍ଜାତୀୟ ମ୍ୟାଚ ଖେଳୁଥିବାରୁ ସେହି ଗ୍ରାମ ଏବଂ ସ୍କୁଲରେ ଖୁସିର ଲହରି ଖେଳିଯାଇଛି।

Leave A Reply

Your email address will not be published.