ବାଲିଗୁଡା ତହସିଲ ପକ୍ଷରୁ କ୍ଷତିଗ୍ରସ୍ତ ଲୋକଙ୍କୁ ପାଲ ପ୍ରଦାନ

ଫୁଲବାଣୀ -୨୧/୦୮ ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲାର ବାଲିଗୁଡା ବ୍ଲକ ଅଞ୍ଚଳରେ ଅନେକ ଲୋକଙ୍କ କଚା ଘର ଭୁଷୁଳିପଡିଛି l ଫଳରେ ଲୋକେ ବେସାହାରା ହୋଇପଡିଛନ୍ତି l ସେହିପରି ଆଗକୁ ଦୁଇଦିନ ମଧ୍ୟରେ ପୁଣି ବର୍ଷା ହେବା ଶୁଣି ଲୋକେ ଭୟଭୀତ ହୋଇପଡିଛନ୍ତି l ଫଳରେ ଗରିବ କ୍ଷତିଗ୍ରସ୍ତ ଲୋକମାନେ ପାଲ ଖଣ୍ଡିଏ ପାଈଁ ତହସିଲ କାର୍ଯ୍ୟାଳୟରେ ବସି ରହିଛନ୍ତି l ଅନ୍ତତଃ ତହସିଲଦାର ବାବୁ ପାଲ ଖଣ୍ଡିଏ ଯୋଗାଇଦେଲେ ପିଲାଛୁଆଙ୍କୁ ନେଇ ମୁଣ୍ଡ ଗୁଞ୍ଜିବୁ ବୋଲି କହିଛନ୍ତି ବନ୍ୟା କ୍ଷତିଗ୍ରସ୍ତ ଲୋକେ l ତହସିଲଦାର ତଥା ବିଡ଼ିଓ ସଶାଙ୍କ ଶେଖର ପାତ୍ର ମଧ୍ୟ ଯଥାସମ୍ଭବ ଲୋକଙ୍କୁ ପାଲ ଯୋଗାଇଦେଉଛନ୍ତି l ତହସିଲଦାର ପାତ୍ର ବ୍ଲକ ଅନ୍ତଗର୍ତ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବା ସହ କ୍ଷତିଗ୍ରସ୍ତ ପରିବାରଙ୍କୁ ଯଥାସମ୍ଭବ ସାହାଯ୍ୟ ସହଯୋଗ ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ l ଗତ ଦୁଇଦିନ ଧରି ବିଭାଗ ପକ୍ଷରୁ ମାଗଣାରେ ପାଲ ପ୍ରଦାନ କରାଯାଉଥିବା କହିଛନ୍ତି l ବିଡ଼ିଓ ତଥା ତହସିଲଦାର ଶଶାଙ୍କ କୁମାର ପାତ୍ରଙ୍କ ଵ୍ୟକ୍ତିଗତ ନିଷ୍ଠାପର ଉଦ୍ୟମ, କାର୍ଯ୍ୟ ଦକ୍ଷତା ବେଶ ପ୍ରଶଂସନୀୟ ବୋଲି ସ୍ଥାନୀୟ ଲୋକେ କହିଛନ୍ତି l ତେବେ ଘର ଭାଙ୍ଗିଥିବା କ୍ଷତିଗ୍ରସ୍ତ ଲୋକଙ୍କୁ ସରକାରୀ ନୀତିନିୟମ ପ୍ରକାରେ କ୍ଷତି ପୂରଣ ରାଶି ଯୋଗାଇଦିଆଯିବ ବୋଲି ବାଲିଗୁଡା ତହସିଲଦାର ପାତ୍ର କହିଛନ୍ତି l

Leave A Reply

Your email address will not be published.