xmas

ଦିନେ ବୁଧ, ଶୁକ୍ର ଓ ପୃଥିବୀକୁ ଗ୍ରାସ କରିବ ସୂର୍ଯ୍ୟ

ନୂଆଦିଲ୍ଲୀ: ସୂର୍ଯ୍ୟ ହେଉଛି ଆଣବିକ ପଦାର୍ଥ ବିଜ୍ଞାନ ନିୟମରେ କାର୍ଯ୍ୟ କରି ପୃଥିବୀ ପୃଷ୍ଠରେ ଜୀବଜଗତ୍‌କୁ ଶକ୍ତି ଯୋଗାଉଥିବା ଗୋଟାଏ ଜ୍ବଳନ୍ତ ଅଗ୍ନି ଗୋଲକ। କିନ୍ତୁ, ଏହି ଜୀବନଦାତା ସୂର୍ଯ୍ୟ ଚିର ଦିନ ପାଇଁ ଦୟାଳୁ ହୋଇ ନ ଥିବ। ଦିନ ଆସିବ ଯେତେବେଳେ ତାହାର ସମସ୍ତ ଉଦ୍‌ଜାନ ଇନ୍ଧନ ଶେଷ ହୋଇଯିବ ଏବଂ ତା’ପରର ପରିସ୍ଥିତି ଯାହା ହେବ ତାହା କଳ୍ପନାତୀତ।

ଏବେଠୁ ୫ ଶହ କୋଟି ବର୍ଷ ପରେ ଇନ୍ଧନ ସରି ଆସିଲେ ସୂର୍ଯ୍ୟ ଗୋଟାଏ ଲାଲ୍‌ ଦାନବ ପାଲଟିଯିବ। ସେତେବେଳେ ଶକ୍ତି ପ୍ରଦାନକାରୀ କ୍ଷମତା ନ ଥିବା ସୂର୍ଯ୍ୟ ସୌରମଣ୍ଡଳରେ ଥିବା ବୁଧ, ଶୁକ୍ର ଏବଂ ସମ୍ଭବତଃ ପୃଥିବୀକୁ ମଧ୍ୟ ଗ୍ରାସ କରି ପକାଇବ।

ହେଲେ, ଚିନ୍ତା କରିବାର କୌଣସି କାରଣ ନାହିଁ। ଗବେଷକମାନଙ୍କ କହିବା ଅନୁସାରେ, ସେତେବେଳକୁ ବୋଧହୁଏ ପୃଥିବୀରୁ ଆମ ସଭ୍ୟତା ଲୋପ ପାଇ ସାରିଥିବ। ସେମାନେ ଜାଣି ପାରିଛନ୍ତି, ଇନ୍ଧନ ଶେଷ ହେବା ପରେ ସମ୍ପ୍ରସାରିତ ହେଉଥିବା ସୂର୍ଯ୍ୟ ପରି ତାରକାସବୁ ଗ୍ରହରେ କାର୍ଯ୍ୟରତ ଶକ୍ତିକୁ ମଧ୍ୟ ଗ୍ରାସ କରି ପକାନ୍ତି।

ସୂର୍ଯ୍ୟ ସଂକ୍ରାନ୍ତରେ ଗବେଷଣା କରିଥିବା ଗବେଷକମାନେ ସେମାନଙ୍କର ଏହି ଅଧ୍ୟୟନକୁ ‘ରୟାଲ୍‌ ଆଷ୍ଟ୍ରୋନମିକାଲ୍‌ ଜର୍ଣ୍ଣାଲ୍‌’ରେ ପ୍ରକାଶନ ପାଇଁ ପଠାଇଛନ୍ତି। ଏଥିରେ ସେମାନେ ଉଲ୍ଲେଖ କରିଛନ୍ତି ଯେ, ବୃହସ୍ପତି ଠାରୁ ୧୦୦ ଗୁଣ କ୍ଷୁଦ୍ର କୌଣସି ଗ୍ରହ ୧୦ ଗୁଣ ସମ୍ପ୍ରସାରିତ ହୋଇଥିବା ସୂର୍ଯ୍ୟ ଭଳି ତାରକାର ଗ୍ରାସରୁ ବାହାରି ଯିବାକୁ ସମର୍ଥ ହେବେ ନାହିଁ।

Leave A Reply

Your email address will not be published.