ଜିଲ୍ଲା ଛାତ୍ର ବିଜେଡି ସଭାପତି ଭାବେ ସୁନୀଲ ସେଠୀ ପୁନଃନିଯୁକ୍ତ ବିଭିନ୍ନ ମହଲରେ ସ୍ଵାଗତ

ଫୁଲବାଣୀ-୨୩ /୦୮ କନ୍ଧମାଳ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି ଭାବେ ଛାତ୍ରନେତା ସୁନୀଲ ସେଠୀଙ୍କୁ ପୁନଃ ନିଯୁକ୍ତି ଦିଆଯାଇଛି । ରାଜ୍ୟ ଛାତ୍ର ବିଜୁ ଜନତା ଦଳ ସଭାପତି ସୁପାରିଶ ସାଙ୍ଗକୁ ରାଜ୍ୟ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦେଶ କ୍ରମେ ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ବିଜେଡି ନେତା ପ୍ରଣବ ପ୍ରକାଶ ଦାଶ ସୁନୀଲଙ୍କ ଲୋକପ୍ରିୟତା, ସାଙ୍ଗଠନିକ ଦକ୍ଷତାକୁ, ଦଳପ୍ରତି ଅନୁଗତ୍ୟକୁ ଭିତ୍ତିକରି ପୁନଃ ଏହି ନିଯୁକ୍ତି ଦିଆଯାଇଥିବା ଜଣାପଡିଛି। ସେହିପରି ଟାଣୁଆ ଛାତ୍ରନେତା ଶତୃଘ୍ନ ମହାନନ୍ଦିଆଙ୍କୁ ରାଜ୍ୟ ସଂପାଦକ ଭାବେ ମଧ୍ୟ ନିଯୁକ୍ତି ଦିଆଯାଇଛି । ଫଳରେ ବିଭିନ୍ନ ମହଲରେ ସେମାନଙ୍କ ନିକଟକୁ ଶୁଭେଛାର ସୁଅ ଛୁଟିଛି । ନବ ନିଯୁକ୍ତ ଏହି ଦୁଇ ଛାତ୍ରନେତାଙ୍କୁ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଅଭିନନ୍ଦନ ଜଣାଇବା ସହ ଏମାନଙ୍କ ଦୃଢ ନେତୃତ୍ଵରେ ଛାତ୍ର ସଂଗଠନ ଅଧିକ ଶକ୍ତିଶାଳୀ ହେବ ବୋଲି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର କହିଛନ୍ତି। ସେହିପରି ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ ମଧ୍ୟ ବିଜୁ ଛାତ୍ରଜନତା ଦଳ ଜିଲ୍ଲା ସଭାପତି ସୁନୀଲ ସେଠୀ ଓ ରାଜ୍ୟ ସଂପାଦକ ଶତୃଘ୍ନ ମହାନନ୍ଦିଆଙ୍କୁ ଶୁଭେଛା ଜଣାଇବା ସହ ଦଳର ସଂଗଠନ ଅଧିକ ଶକ୍ତିଶାଳୀ ଓ କ୍ରିୟାଶୀଳ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି । ସେହିପରି ନଗର ସଭାପତି ସୁଧୀର କହଁରଙ୍କ ସମେତ ବିଜେଡି ଯୁବନେତା ରାଜେନ୍ଦ୍ର ପାଢୀ, ସଂଖ୍ୟାଲଘୁ ସଂପ୍ରଦାୟ ନେତା ମହମଦ ୟାସିନ ପ୍ରମୁଖ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ଛାତ୍ର ବିଜେଡ଼ି ସଭାପତି ସୁନୀଲ ସେଠି ଓ ରାଜ୍ୟ ଛାତ୍ର ବିଜେଡି ସମ୍ପାଦକ ଶତ୍ରୁଘ୍ନ ମହାନନ୍ଦିଆ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ, ରାଜ୍ୟ ଛାତ୍ର ବିଜେଡ଼ି ସଭାପତିଙ୍କୁ ଗଭୀର କୃତଜ୍ଞତା ଜଣାଇବା ସହ ଜିଲ୍ଲାରେ ଛାତ୍ର ସଂଗଠନ ଯେପରି ସୁଦୃଢ ହେବାସହ କ୍ରିୟାଶୀଳ ହେବ ସେଥିପ୍ରତି ନିଷ୍ଠା ଓ ଆନ୍ତରିକତାର ସହ ଉସଃର୍ଗିକୃତ ମନୋଭାବ ନେଇ କାର୍ଯ୍ୟ କରିବେ ବୋଲି ପ୍ରତିକ୍ରିୟା ରେ କହିଛନ୍ତି l

Leave A Reply

Your email address will not be published.