ଘରେ ସୁରକ୍ଷା ଦେବ ଏଲଇଡି ବଲବ । ଅନଲାଇନ୍ ବଜାରରେ ମିଳୁଛି ସ୍ପାଇ କ୍ୟାମେରା ଯୁକ୍ତ ବୁଦ୍ୟୁତ୍ ବଲବ

ସ୍ପାଇ କ୍ୟାମେରା କିମ୍ବା ଜାସୁସି ପରି ଶବ୍ଦ କିଛି ନୂଆ କଥା ନୁହେଁ। ଟେକ୍‌ନୋଲୋଜି ଆଗେଇବା ସହ ଜାସୁସିର ତରିକା ବି ବଦଳିଛି। ଏବେ ବିଦ୍ୟୁତ୍‌ ବଲ୍‌ବରେ ସ୍ପାଇ କ୍ୟାମେରା ଫିଟ୍‌ କରାଯାଇଛି। ତାହା ଉପରେ ବ୍ୟବହାରକାରୀଙ୍କ ନଜର ପଡ଼େ ନାହିଁ। ମାତ୍ର ରୁମ୍‌ର ସମସ୍ତ କାର୍ଯ୍ୟ କ୍ୟାମେରାରେ କଏଦ ହୋଇଯାଏ। ଏହି ବଲ୍‌ବ ଖୁବ୍‌ ସହଜରେ ଅନ୍‌ଲାଇନନ୍‌ରୁ ମିଳିଯାଉଛି। ଆମାଜନ୍‌ରେ ୨୦୦୦ ଟଙ୍କାଠୁ ବି କମ୍‌ ଦରରେ ଆପଣ ଏହି ବଲ୍‌ବକୁ ବରାଦ କରି ନିଜ ଘରେ ଲଗାଇ ପାରିବେ।

ଯଦି ଆପଣ ଘରର ସୁରକ୍ଷା ଚାହାନ୍ତି ତ ଏହି ସ୍ପାଏ ବଲ୍‌ବ ବ୍ୟବହାର କରିପାରିବେ। ଏହାକୁ ଦେଖି କେହି ଜାଣି ବି ପାରିବେ ନାହିଁ କି ଏହା ଏକ ସାଧାରଣ ବଲ୍‌ବ କି କ୍ୟାମେରା ଫିଟ୍‌ ହୋଇଥିବା ବଲ୍‌ବ। ଟେକ୍‌ନୋଲୋଜି ତୁଳନାରେ ଏହାର ଦର ବି ଖୁବ୍‌ କମ୍‌ ହୋଇଥିବାରୁ ଏହାକୁ ଅନେକ ଲୋକ ବରାଦ ଦେଉଥିବା ଦେଖିବାକୁ ମିଳୁଛି।

ଏହି ବଲ୍‌ବ ୧୦୮୦ପି ଏଚ୍‌ଡ଼ି ରିଜୋଲ୍ୟୁସନ୍‌ର। କମ୍ପାନିର ଦାବି କି ଏହି ବଲ୍‌ବର କ୍ୟାମେରାରେ ରେକର୍ଡ ହେଉଥିବା ଭିଡିଓ ଏକ୍‌ଦମ ସ୍ପଷ୍ଟ ଦୃଶ୍ୟମାନ ହେବ। ଏହା ଜରିଆରେ ଆପଣ ଘରର କୋଣଅନୁକୋଣ ଉପରେ ନଜର ରଖିପାରିବେ। ଏହି କ୍ୟାମେରା ୨.୪ଜି ୱାଇଫାଇ ସପୋର୍ଟ କରେ। ଏହାକୁ ଆପଣ ସ୍ମାର୍ଟଫୋନ୍‌ ଜରିଆରେ ବି ଚଳାଇ ପାରିବେ। ଏଥିପାଇଁ ଆପଣଙ୍କୁ ମୋବାଇଲ୍‌ ଡାଟା କିମ୍ବା ୱାଇଫାଇର ଆବଶ୍ୟକତା ପଡ଼ିବ। ଏଥିରେ ଅଟୋ ଟ୍ରାକିଂ ଟେକ୍‌ନୋଲୋଜି ବି ରହିଛି।

Leave A Reply

Your email address will not be published.