ବେନିୟମ ବିପିଏଲ ଓ ରାସନ୍ କାର୍ଡ ରଦ୍ଧ ଓ ଗରିବଙ୍କୁ ଘର ଢିଅ ପଟ୍ଟା ପାଇଁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବି ପତ୍ର ।

ମାଲକାନଗିରି: ଚଂଚକତା କରି ବିପିଏଲ ଓ ରାସନ୍ କାର୍ଡ ଧାରିଙ୍କୁ ତୁରନ୍ତ ଚିହ୍ନଟ କରାଯାଇ ରଦ୍ଧ କରିବା ଏବଂ ଦୀର୍ଘ ଦିନ ଧରି ପୌରପରିଷଦ ଅଞ୍ଚଳରେ ରହି ଆସୁଥିବା ଗରିବଙ୍କୁ ଘର ଢିଅ ପଟ୍ଟା ତୁରନ୍ତ ପ୍ରଦାନ କରାଯାଉ । ଡେପୁଟି କଲେକ୍ଟର ଲଳିତ ମଣ୍ଡଳଙ୍କ ବିରୋଧରେ ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଏହି ପରି ଅନେକ ଦାବି ନେଇ ଜିଲ୍ଲା କଂଗ୍ରେସ କମିଟି ସଭାପତି ଗୋବିନ୍ଦ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ବିଶାଲ ସିଂ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଦୀର୍ଘ ଦିନ ଧରି ମାଲକାନଗିରି ସହରରେ ବସ ବାସ୍ କରି ଆସୁଥିବା ଗରିବଙ୍କୁ ଆଜି ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ଘର ଢିଅ ପଟ୍ଟା ପ୍ରଦାନ କରିପାରିଲା ନାହିଁ। ତ ଗ୍ରାମାଞ୍ଚଳ ର କଥା ଏଥିରୁ କଣ ହେଉଥିବ ସ୍ପୋଷ୍ଟ ଅନୁମେୟ ବୋଲି ଜିଲ୍ଲା କଂଗ୍ରେସ କମିଟି ଅଭିଯୋଗ କରିଛି । ତେଣୁ ଏହି ଦାବି ଗୁଡ଼ିକ ଶୀଘ୍ର ପୂରଣ ନ ହେଲେ ଆଗାମୀ ଦିନରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.