ଓଡିଶା ଅଭିଭାବକ ସଂଘର ଦାବି ପାତ୍ର

ବରଗଡ଼: ଆଜି ୨୩.୮.୨୦୨୨ ଦିନ ଓଡ଼ିଶା ଅଭିଭାବକ ମହାସଂଘ ବରଗଡ଼ର ଏକ ପ୍ରତିନିଧି ଦଳ ଟାଉନ ଥାନା ଅଧିକାରୀଙ୍କୁ ସାକ୍ଷାତ କରି ସ୍ଥାନୀୟ କୁରୁଆ ପଞ୍ଚାୟତ ଅଧୀନରେ ଥିବା ପତ୍ରା ପାଳି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିନା ସ୍କୁଲ ୟୁନିଫର୍ମରେ ଏକ ଗେଂଜୀ ଓ ନିଏଇଟି ପ୍ୟାଣ୍ଟ ରେ ସ୍ୱାଧୀନତା ଦିବସରେ ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହା ଜାତୀୟ ପତାକା ପ୍ରତି ଅସମ୍ମାନ ଓ ଜାତୀୟ ସଂହତି ପ୍ରତି ଓ ସମ୍ମିଧାନ କୁଠାର ଘାତକ। ଏହା କୁ ଏକ ଜାତୀୟ ଅପରାଧ ଭାବେ ଗ୍ରହଣ କରି ଏକ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ, ଥାନା ଅଧିକାରୀ ଶୀଘ୍ର ଉଚିତ ପଦକ୍ଷେପ ଗ୍ରହଣ କରି ଦୋଷୀ ମାନଙ୍କୁ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିନିଧି ଦଳରେ ଜିଲ୍ଲା ଆବାହକ ବିମଳ କୁମାର ଦାଶଙ୍କ ସହିତ ସାଧାରଣ ସମ୍ପାଦକ ସୁଜୀତ ମିଶ୍ର, ବାଲ୍ମୀକି ଷଡ଼ଙ୍ଗୀ, ସୁଶୀନ ବୋହିଦର, ଶିବନନ୍ଦ ମତାରୀ, ଆଶୁତୋଷ ରଥ, ଅର୍ଜ୍ଜୁନ ପ୍ରଧାନ, ମହେଶ୍ୱର ପାଣ୍ଡେ ଆଦି ଉପସ୍ଥିତ ଥିଲେ।

Leave A Reply

Your email address will not be published.