ବାଲିଗୁଡ଼ା ବିଧାନସଭା ମଣ୍ଡଳୀରେ ବିଭିନ୍ନ ଉନ୍ନୟନ୍ନ ମୂଳକ କାର୍ଯ୍ୟ ନେଇ ଜିଲ୍ଲାପାଳଙ୍କ ସହ ବିଧାୟକଙ୍କ ଆଲୋଚନା

ଫୁଲବାଣୀ -୨୪/୦୮ ବାଲିଗୁଡ଼ା ନିର୍ବାଚନମଣ୍ଡଳୀର ବିଭିନ୍ନ ଉନ୍ନୟନ୍ନ ମୂଳକ କାର୍ଯ୍ୟ ତ୍ବରାନ୍ବୀତ ନେଇ ବାଲିଗୁଡ଼ା ବିଧାୟକ ଚକ୍ରମଣୀ କହଁର କନ୍ଧମାଳ ଜିଲ୍ଲାପାଳ ଆଶିଷ କୁମାର ପାଟିଲଙ୍କୁ ଭେଟି ଗୁରୁତ୍ଵପୂର୍ଣ୍ଣ ଆଲୋଚନା କରିଥିଲେ । ସେଥି ମଧ୍ୟରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା, ନୂଆ ବସଷ୍ଟାଣ୍ଡ ନିର୍ମାଣ, ସହରରେ ୩୬୦ ଡିଗ୍ରୀ ସିସିଟିଭି କଭରେଜ ଯେପରି ହୋଇପାରିବ ସେ ନେଇ ଆଲୋଚନା କରିଥିଲେ । ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିଗୁଡ଼ା, କ ନୂଆ ଗାଁ ,କୋଟଗଡ଼, ଓତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ଥିବା ଗ୍ରାମ ଗୁଡିକରେ ଥିବା ଗରୀବ ଆଦିବାସୀ ଲୋକେ ଯେପରି ଗମନାଗମନ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ, ଶିକ୍ଷା ଓ ସ୍ୱାସ୍ଥ୍ୟସେବା ସୁବିଧାରେ ପାଇ ପାରିବେ ସେଥିପ୍ରତି ଆଗ୍ରାଧିକାର ଦେବା ଲାଗି ମଧ୍ୟ ବିଧାୟକ କହଁର କହିଥିଲେ । ବିଧାୟକ ଚକ୍ରମଣୀ କହଁରଙ୍କ ସମେତ ଜିଲ୍ଲା ପରିଷଦ ଅଧକ୍ଷା ସୁଶ୍ରୀ ନନ୍ଦିନୀ ମଲିକ, ବରୀଷ୍ଠ ବିଜେଡି ନେତା ତଥା ବ୍ଲକ ବିଜେଡି ସଭାପତି ଟୁନା ଦାସ ମଧ୍ୟ ଉପସ୍ଥିତ ରହି ଅଞ୍ଚଳର ଉନ୍ନତି କିଭଳି ହେବ ସେ ନେଇ ସୁଚିନ୍ତିତ ମତ ଦେଇଥିଲେ । ଜିଲାପାଳ ପାଟିଲ ମଧ୍ୟ ପର୍ଯ୍ୟାୟ କ୍ରମେ ଅର୍ଥ ଅନୁଦାନକୁ ଦୃଷ୍ଟିରେ ରଖି ଏ ସବୁ କାର୍ଯ୍ୟ କରିବାଲାଗି ଯଥାସମ୍ଭବ ଉଦ୍ୟମ କରିବେ ବୋଲି କହିଥିଲେ । ନୂତନ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲଙ୍କ ସମୟରେ ଜିଲ୍ଲାରେ ବିକାଶ କାର୍ଯ୍ୟ ଆଗକୁ ବଢିବ ବୋଲି ବିଧାୟକ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆଶାବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.