ସ୍ତ୍ରୀର କିଡନୀକୁ ସ୍ବାମୀ ବିକ୍ରି କରିଥିବା ଅଭିଯୋଗ, ଥାନାରେ ଏତଲା

ମାଲକାନଗିରି: ସାମ୍ନାକୁ ଆସିଲା କିଡନୀ ବିକ୍ରୀ ମାମଲା ବିବାହିତ ମହିଳାର ଅଜାଣତରେ କିଡନୀ କୁ ସ୍ୱାମୀ ବିକ୍ରୀ କରିଥିବା ଅଭିଯୋଗ ହୋଇଛି ମାଲକାନଗିରି ଟାଉନ ଥାନାରେ। କୋତାମେଟା ଗାଁର ପ୍ରଶାନ୍ତ କୁଣ୍ଡୁ ଙ୍କୁ ରଞ୍ଜିତା କୁଣ୍ଡୁ ୧୨ ବର୍ଷ ତଳେ ବିବାହ କରିଥିଲେ। ହେଲେ ୟା ମଧ୍ୟରେ ଉଭୟଙ୍କ ଗୋଟିଏ କନ୍ୟା ଏବଂ ପୁତ୍ର ସନ୍ତାନ ଥିବାବେଳେ କୌଣସି କାରଣରୁ ପାରିବାରିକ କଳହ ଆରମ୍ଭ ହୋଇଥିଲା। ତଥାପି ସହ୍ୟ କରି ରଞ୍ଜିତା ଶାଶୂ ଘରେ ରହିଥାଏ। ତେବେ ଗତ ୨୦୧୮ ମସିହାରେ ସ୍ୱାମୀ ପ୍ରଶାନ୍ତ ସ୍ତ୍ରୀକୁ ମେଡିକାଲ ଚିକିତ୍ସା କରିବା ବାହାନାରେ ଭୁବନେଶ୍ୱର ଏକ ବେସରକାରୀ ମେଡିକାଲକୁ ନେଇ କିଡନୀ ବିକ୍ରୀ କରିଦେଇଥିବା ଅଭିଯୋଗ କରିଛନ୍ତି ରଞ୍ଜିତା। ଏମ ଭି ୩୮ଗାଁ ର ଅସୀମ ହାଲଦାରକୁ ଏହି କିଡନୀ ବିକ୍ରୀ କରିଦେଇଥିବା ଅଭିଯୋଗ କରିଛନ୍ତି ରଞ୍ଜିତା। ତେବେ ଏ ନେଇ ମାଲକାନଗିରି ଥାନାରେ ଏତେଲା ଦେବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଅଭିଯୋଗ କରିଛନ୍ତି ରଞ୍ଜିତା। ତେବେ ବଳପୂର୍ବକ କିଡନୀକୁ ବିକ୍ରୀ କରି ଭୁବନେଶ୍ୱର ଏକ ମେଡିକାଲରେ କିଡନୀ ଟ୍ରାନ୍ସପ୍ଲାଣ୍ଟ କରିଥିବା ଅଭିଯୋଗରେ ପ୍ରଶାନ୍ତ କୁଣ୍ଡୁ କୁ କଠୋର ଦଣ୍ଡ ଦେବାପାଇଁ ଆଜି ରଞ୍ଜିତାର ପରିବାର ଏବଂ ଗାଁ ଲୋକ ମାଲକାନଗିରି ଥାନା ର ଦ୍ୱାରସ୍ଥ ହୋଇଛନ୍ତି। ମାଲକାନଗିରି ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.