ଯୁବକଙ୍କ ମୃତଦେହ ଉଦ୍ଧାର

ଫୁଲବାଣୀ ୨୫/୦୮ ଫୁଲବାଣୀ ସଦର ଥାନା ଡକାଙ୍ଗି ନିକଟ ସାଲକୀ ନଦୀ ତଟରୁ ଯୁବକର ମୃତଦେହ ଉଦ୍ଧାର କରାଯାଇଛି l ମୃତକ ଜଣଙ୍କ ଡ଼ାକ ପାଲା ଗ୍ରାମର ତାପସ ରଞ୍ଜନ ଘଟାଲ ବୋଲି ଜଣାପଡ଼ିଛି l ଗତକାଲି ସନ୍ଧ୍ୟାରେ ତାପସ ବାଇକ ଯୋଗେ ଡାକପାଲା ପୋଲ ପାର ହୋଇ ଯାଉଥିବା ବେଳେ ସାଲକୀ ନଦୀ ରେ ବାଇକ ଯୋଗେ ଭାସି ଯାଇଥିଲେ l ଆଜି ଅଗ୍ନିଶମ ବିଭାଗ ଓ ଟିମ ହୁମାନୀଟିର ମିଳିତ ଉଦ୍ୟମରେ ଉଦ୍ଧାର କରାଯାଇଛି l ପୋଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇଛନ୍ତି l

Leave A Reply

Your email address will not be published.