ଭାଲୁ କାମୁଡ଼ାରେ ଯୁବକ ଗୁରୁତର

ଧର୍ମଶାଳା ବ୍ଲକ ତୁରଙ୍ଗ ପଞ୍ଚାୟତ ମହେଶରା ଗ୍ରାମର ଶୁଭମ ଦାସ ନାମକ ଜଣେ ବ୍ୟକ୍ତି ଭାଲୁ କାମୁଡ଼ାରେ ଗୁରୁତର ଆହତ ହୋଇଛନ୍ତି l ଖବରରୁ ପ୍ରକାଶଯେ, ଶୁଭମ ଦାଶ (୨୫) ନାମକ ଜଣେ ଯୁବକ ବିଦ୍ୟୁତ ବିଭାଗରେ କାମ କରନ୍ତି l ତୁରଙ୍ଗ ନିକଟରେ ବିଦ୍ୟୁତ ସମସ୍ୟା ଥିବାରୁ ସେ ଉକ୍ତ ଜାଗାରେ ପହଞ୍ଚି ବିଦ୍ୟୁତ କାମ କରୁଥିବା ସମୟରେ ଏକ ଭାଲୁ ଆକ୍ରମଣର ଶିକାର ହୋଇଥିଲେ l ଶୁଭମ ଭାଲୁ ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇଯାଇଥିଲେ l ତାଙ୍କ ଚିତ୍କାର ଶୁଣୀ ସ୍ଥାନୀୟ ଲୋକେ ଉକ୍ତ ସ୍ଥାନକୁ ଦୌଡ଼ି ଯାଇ ଭାଲୁକୁ ଘୋଡାଉଥିଲେ l ସଙ୍ଗେ ସଙ୍ଗେ ତାଙ୍କୁ ଚିକିତ୍ସା ନିମନ୍ତେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରିଛି l

Leave A Reply

Your email address will not be published.