ହେଲିକପ୍ଟର କିଣିଲେ ବିଜେଡି ନେତା

ଭୁବନେଶ୍ୱର: କରୋନାଜନିତ ଆର୍ଥିକ ସଙ୍କଟ ଭିତରେ ବି ବିଜେଡିର ଜଣେ ପ୍ରଭାବଶାଳୀ ନେତା ଏବେ ନିଜ ଉପଯୋଗ ପାଇଁ ଗୋଟିଏ ୬ଆସନ ବିଶିଷ୍ଟ ହେଲିକପ୍ଟର କ୍ରୟ କରିଛନ୍ତି । ଯାହାକି ଆସନ୍ତାମାସରେ ତାଙ୍କୁ ହସ୍ତାନ୍ତର ହେବ ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ନୋଏଡ଼ାରେ ଥିବା ଏକ ଘରୋଇ ଆଭିଏସନ୍ କମ୍ପାନୀଠାରୁ ବିଜେଡିର ଜଣେ ନେତା ଗୋଟିଏ ହେଲିକପ୍ଟର କ୍ରୟ କରିବା ନିମନ୍ତେ ଚୁକ୍ତିବଦ୍ଧ ହୋଇଛନ୍ତି । ଏହି ଘରୋଇ ଆଭିଏସନ୍ କମ୍ପାନୀ ଏବେ ଦେବାଳିଆ ଅବସ୍ଥାରେ ଥିବାବେଳେ ବିଜେଡିର ସମ୍ପୃକ୍ତ ପ୍ରଭାବଶାଳୀ ନେତା ଉକ୍ତ କମ୍ପାନୀଠୁ ହେଲିକପ୍ଟର(ସେକେଣ୍ଡ ହ୍ୟାଣ୍ଡ) କ୍ରୟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଇତିମଧ୍ୟରେ ଉକ୍ତ ହେଲିକପ୍ଟରର ଟେଷ୍ଟ ରାଇଡିଂ ମଧ୍ୟ ଶେଷ ହୋଇଛି । ସମ୍ପୃକ୍ତ ପ୍ରଭାବଶାଳୀ ନେତା ନିଜେ ଦିଲ୍ଲୀରୁ ଭୁବନେଶ୍ୱର ଟେଷ୍ଟ ରାଇଡିଂରେ କରି ହେଲିକପ୍ଟରର ସୁବିଧାସୁଯୋଗ ପରଖିଛନ୍ତି । ସେହି ଆଭିଏସନ୍ କମ୍ପାନୀର ମାଲିକ ଗତ କିଛିବର୍ଷ ଧରି ନିଜର ବିଭିନ୍ନ ବ୍ୟବସାୟରେ କ୍ଷତିର ସମ୍ମୁଖୀନ ହୋଇଥିବାରୁୁ ନିଜସ୍ୱ ମାଲିକାନାରେ ଥିବା ହେଲିକପ୍ଟରକୁ ବିକ୍ରି କରିବାକୁ ଚାହୁଁଥିଲେ । ଉକ୍ତ ହେଲିକପ୍ଟର କେତେ କୋଟି ଟଙ୍କାରେ କ୍ରୟ ହୋଇଛି ତାହା ଜଣାପଡ଼ିନଥିଲେ ମଧ୍ୟ ସେହି ହେଲିକପ୍ଟର ଆମେରିକୀୟ କମ୍ପାନୀଠୁ ୨୦୧୬-୧୭ରେ କିଣା ହୋଇଥିବା ସୂଚନା ମିଳିଛି । ଏହି ହେଲିକପ୍ଟର ଆସନ୍ତା ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ସମ୍ପୃକ୍ତ ବିଜେଡି ନେତାଙ୍କୁ ହସ୍ତାନ୍ତର ହେବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.