ଓଡ଼ିଶାର ଏହି ନକଲି ବିଶ୍ୱବିଦ୍ୟାଳୟରେ ଆପଣ ପଢ଼ୁନାହାନ୍ତି ତ! ମିଳୁଥିବା ସାର୍ଟିଫିକେଟର ନାହିଁ କୌଣସି ମୂଲ୍ୟ

ନୂଆଦିଲ୍ଲୀ: ପ୍ରତିବର୍ଷ ପରି ଏଥର ମଧ୍ୟ ନାମଲେଖା ପୂର୍ବରୁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ନକଲି ବିଶ୍ବବିଦ୍ୟାଳୟ ତାଲିକା ପ୍ରକାଶ କରାଯାଇଛି। ଏହି ତାଲିକାରେ ଦେଶର ୨୧ଟି ବିଶ୍ବବିଦ୍ୟାଳୟ ନାଁ ରହିଥିବା ବେଳେ ସେଥି‌ରେ ଓଡ଼ିଶାର ଦୁଇଟି ନକଲି ବିଶ୍ବବିଦ୍ୟାଳୟ ରହିଛି। ପୂର୍ବ ବର୍ଷଗୁଡ଼ିକ ପରି ଏଥର ରାଉରକେଲା ଶକ୍ତିନଗର ପାଣିଟାଙ୍କି ରୋଡର ପ୍ଲଟ ନମ୍ବର ୨୪୨ର ଅନ୍ନପୂର୍ଣ୍ଣା ଭବନରେ ଥିବା ନବଭାରତ ଶିକ୍ଷା ପରିଷଦ ଓ ମୟୂରଭଞ୍ଜ ଜିଲ୍ଲା ବାରିପଦା ବିଶ୍ବବିଦ୍ୟାଳୟ ରୋଡରେ ଥିବା ନର୍ଥ ଓଡ଼ିଶା ୟୁନିଭରସିଟି ଅଫ୍‌ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜିକୁ ୟୁଜିସି ନକଲି ବୋଲି ଦର୍ଶାଇଛି। ୟୁଜିସି ଆଇନ ୧୯୫୬ର ସେକ୍ସନ ୨୨(୧) ଅନୁଯାୟୀ କେନ୍ଦ୍ର, ରାଜ୍ୟ ଆଇନ ଓ ସେକ୍ସନ-୩ ଅନୁଯାୟୀ ଡିମ୍‌ଡ ଟୁ ବି ୟୁନିଭରସିଟି ହିଁ କେବଳ ଡିଗ୍ରି ପ୍ରଦାନ କରିପାରିବେ। ତେବେ ଦେଶର ୨୪ଟି ଶିକ୍ଷାନୁଷ୍ଠାନର ଯୋଗ୍ୟତା ନ ଥାଇ ମଧ୍ୟ ସେମାନେ ନିଜକୁ ବିଶ୍ବବିଦ୍ୟାଳୟ ଭାବେ ଘୋଷଣା କରୁଛନ୍ତି। ଏମାନଙ୍କର ଡିଗ୍ରି ସାର୍ଟିଫିକେଟ୍‌ ଦେବାର ଯୋଗ୍ୟତା ନାହିଁ।

ତେଣୁ ନାମଲେଖା ବେଳେ ଛାତ୍ରଛାତ୍ରୀ ଓ ଅଭିଭାବକ ଏଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଛି। ନକଲି ବିଶ୍ବବିଦ୍ୟାଳୟର ତାଲିକାରେ ଥିବା ବିଶ୍ବବିଦ୍ୟାଳୟଗୁଡ଼ିକ ହେଲା ଉତ୍ତର ପ୍ରଦେଶର ନ୍ୟାସନାଲ ୟୁନିଭରସିଟି ଅଫ ଇଲେକ୍ଟ୍ରୋ କମ୍ପ୍ଲେକ୍ସ ହୋମିଓପାଥି, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ୟୁନିଭରସିଟି (ଓପନ ୟୁନିଭରସିଟି),ଗାନ୍ଧୀ ହିନ୍ଦୀ ବିଦ୍ୟାପୀଠ ଓ ଭାରତୀୟ ଶିକ୍ଷା ପରିଷଦ। ଦିଲ୍ଲୀର ଏଡିଆର-ସେଣ୍ଟ୍ରିକ୍ ଜ୍ୟୁରିଡିକାଲ ୟୁନିଭରସିଟି, ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ, ବିଶ୍ବକର୍ମା ଓପନ ୟୁନିଭରସିଟି ଫର ସେଲ୍ଫ ଏମ୍ପ୍ଲଏମେଣ୍ଟ, କମର୍ସିଆଲ ୟୁନିଭରସିଟି ଲିମିଟେଡ, ୟୁନାଇଟେଡ୍‌ ନେସନସ୍‌ ୟୁନିଭରସିଟି, ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ପବ୍ଲିକ ଆଣ୍ଡ ଫିଜିକାଲ ହେଲଥ ସାଇନ୍ସ, ଭୋକେସନାଲ ୟୁନିଭରସିଟି ଓ ଆଧ୍ୟାତ୍ମିକ ବିଶ୍ବବିଦ୍ୟାଳୟ ନକଲି ଶିକ୍ଷାନୁଷ୍ଠାନ ବୋଲି କୁହାଯାଇଛି ।

ପଶ୍ଚିମବଙ୍ଗର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଅଲ୍ଟରନେଟିଭ ମେଡିସିନ ଓ ଇନଷ୍ଟିଚ୍ୟୁଟ ଅଫ ଅଲ୍ଟରନେଟିଭ ମେଡିସିନ ଆଣ୍ଡ ରିସର୍ଚ୍ଚ। କର୍ଣ୍ଣାଟକର ବଡ଼ଗାନ୍ବୀ ସରକାର ଓ୍ବାର୍ଲଡ ଓପନ ୟୁନିଭରସିଟି ଏଜୁକେସନ ସୋସାଇଟି, ମହାରାଷ୍ଟ୍ରର ରାଜା ଆରବିକ୍ ୟୁନିଭରସିଟି, କେରଳର ସେଣ୍ଟ ଜୋନ୍ସ ୟୁନିଭରସିଟି, ପୁଡୁଚେରୀର ଶ୍ରୀ ବୋଧି ଏକାଡେମୀ ଅଫ୍ ହାୟର ଏଜୁକେସନ ଓ ଆନ୍ଧ୍ର ପ୍ରଦେଶର ଖ୍ରୀଷ୍ଟ ନ୍ୟୁ ଟେଷ୍ଟାମେଣ୍ଟ ‌ଡିମ୍‌ଡ ୟୁନିଭରସିଟି ପ୍ରମୁଖ ନକଲି ବିଶ୍ୱବିଦ୍ୟାଳୟ ବୋଲି କୁହାଯାଇଛି।

Leave A Reply

Your email address will not be published.