ରବିବାରରେ ବରଗଡ଼ର ନୂଆଁଖାଇ ଯୋଟ୍ ଜାଟ୍

ବରଗଡ଼: ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ପାଇଁ ସବୁଆଡେ ପ୍ରସ୍ତୁତି ଚାଲିଥିବା ବେଳେ ଗରିବ ଅସହାୟ, ନିଷ୍ପେସିତ ଙ୍କ ପାଇଁ ଚିନ୍ତା କରିଛି ସମ୍ବିଧାନ ସୁରକ୍ଷା ମଞ୍ଚ, ବରଗଡ଼ । ଅସହାୟ ମାନଙ୍କ ପାଇଁ ଅଢ଼ିଆ ଭେଟ ଦେବାକୁ ବ୍ୟବସ୍ଥା କରିଛି । ଆସନ୍ତା ରବିବାର ସୌଖିନ ରଙ୍ଗ ମଞ୍ଚ ପରିସର ରେ ଏକ ନୂଆଖାଇ ଯୋଟ ଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି । ସହୃଦୟ ବଦାନ୍ୟ ବ୍ୟକ୍ତି ମାନେ ଅସହାୟ ମାନଙ୍କୁ ସହଯୋଗ କରିପାରିବେ ବୋଲି ଆବାହକ ପଵିତ୍ର ଦେହେରି କହିଛନ୍ତି । ପଶ୍ଚିମ ଓଡିଶାର ପାରମ୍ପରିକ ସାମଗ୍ରୀ ଅଢ଼ିଆ ଭେଟ ଦେବାକୁ ସ୍ଥିରୀକୃତ ହୋଇଛି । ବିଭିନ୍ନ କ୍ଷେତ୍ରରେ ସମାଜ ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତି ଵିଶେଷଙ୍କୁ ସଂଗଠନ ପକ୍ଷରୁ ସମ୍ମାନିତ କରାଯିବ ।

Leave A Reply

Your email address will not be published.