ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ପରିକ୍ରମା କରୁଥିବା ଅହିଂସା ରଥକୁ କଣ୍ଟାମାଳ ବ୍ଲକରେ ଭବ୍ୟ ସମ୍ବର୍ଦ୍ଧନା

କଣ୍ଟାମାଳ ୨୬/୦୮: ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ପରିକ୍ରମା କରୁଥିବା ଅହିଂସାକୁ ଦ୍ଵିତୀୟ ଦିବସରେ କଣ୍ଟାମାଳ ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ଆଜି ପୂର୍ବାହ୍ନରେ ବୌଦ୍ଧ ପଞ୍ଚାୟତ ସମିତି କାର୍ଯ୍ୟାଳୟରୁ ଆଜି ବାହାରି ଅହିଂସା ରଥ -୧ ମନମୁଣ୍ଡା, ୫-T ବିଦ୍ୟାଳୟ, ମିଳିତ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ପଲସାଗୋରା, କଣ୍ଟାମାଲ ପଂଚାୟତ ସମିତି କାର୍ଯ୍ୟାଳୟ ପରିସର, ସମଲେଶ୍ୱରୀ ଉଚ୍ଚ ବିଦ୍ୟାଳୟ, ଘଣ୍ଟାପଡା, ଉଚ୍ଚ ବିଦ୍ୟାଳୟ, ଆମ୍ବଗାଁ ଏବଂ ଆଦିବାସୀ ଉଚ୍ଚ ବିଦ୍ୟାଳୟ ନୂଆପାଲି ଅଭିମୁଖେ ଯାତ୍ରା କରିଥିଲା l ରୁଟ ଚାର୍ଟ ଆନୁଯାୟୀ ଉକ୍ତ ସ୍ଥାନ ଗୁଡିକରେ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଓ ଅଧ୍ଯକ୍ଷ ଜିଲ୍ଲାପରିଷଦ ମଧ୍ୟ ଯୋଗଦାନ ପୂର୍ବକ ସାଦର ସ୍ୱାଗତ ସହ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l ଏବଂ ଏହି କାର୍ଯ୍ୟକ୍ରମ ରେ ସମ୍ପୃକ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ପଞ୍ଚାୟତ ରାଜ ଅନୁଷ୍ଠାନ, ସ୍ବେଛାସେବୀ ଅନୁଷ୍ଠାନ ଗୁଡିକ, ସାମାଜିକ ଅନୁଷ୍ଠାନ, ଜନପ୍ରତିନିଧି, ଜିଲ୍ଲାପରିଷଦ ଉପାଧକ୍ଷ ଶଙ୍କର୍ଷଣ ପ୍ରଧାନ, ବିଡ଼ିଓ କଣ୍ଟାମାଲ କଳାକୃଷ୍ଣ ପ୍ରଧାନ, ବ୍ଲକ ଚେୟାରମେନ ସସ୍ମିତା ସେନାପତି, ଜିଲ୍ଲା ପରିଷଦ ସଭ୍ୟା ପଦ୍ମାଲୟା ପ୍ରଧାନ, ବ୍ଲକ ଉପାଧକ୍ଷ ମହିନ୍ଦ୍ର ରଣା, ଅମ୍ବଗାଁ ସରପଞ୍ଚ ପ୍ରତିମା ରଣା, ଘଣ୍ଟାପଡା ସରପଞ୍ଚ ରୀତା କହଁର, ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିବାବେଲେ ଏହି କାର୍ଯ୍ୟକ୍ରମ ଗୁଡିକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବାଲିଆରସିଂହ ଓ ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ଦିବ୍ୟଶଙ୍କର ରାଉତ, ବ୍ଲକ ସଂଯୋଜକ ସତ୍ୟନାରାୟଣ ରଣା, ବିନାୟକ ସେଠି ପ୍ରମୁଖ ପରିଚାଳନା କରିଥିଲେ l ବିଭିନ୍ନ ସ୍ଥାନରେ ଭବ୍ୟ ସମ୍ବର୍ଦ୍ଧନା ପୂର୍ବକ ଦେଶତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଦେଶଭକ୍ତି ଚଳଚିତ୍ର ପରିବେଷଣ କରାଯାଇଥିଲା l

Leave A Reply

Your email address will not be published.