ରାଜସ୍ଥାନୀ ଢ଼ାବା ମାଲିକ ଓ ଦୁଇ ଡ୍ରାଇଭରଙ୍କୁ ଖଣ୍ଡା ଭୁଜାଲିରେ ମରଣାନ୍ତକ ଆକ୍ରମଣ ଓ ଡକାୟତି ଘଟଣା

ବରଗଡ଼: ଅତାବିରା ଥାନା ରାଜସ୍ଥାନୀ ଢ଼ାବା ମାଲିକ ଓ ଦୁଇ ଡ୍ରାଇଭରଙ୍କୁ ଖଣ୍ଡା ଭୁଜାଲିରେ ମରଣାନ୍ତକ ଆକ୍ରମଣ ଓ ଡକାୟତି ଘଟଣା । ଫିଲ୍ମ ଷ୍ଟାଇଲରେ ଅତାବିରା ପୋଲିସ ଆନ୍ତଃଜିଲ୍ଳା ଡକାୟତ ଦଳକୁ ଗୋଡ଼ାଇ ଗୋଡ଼ାଇ ୪ଜଣ କୁଖ୍ୟାତ ଅପରାଧିଙ୍କ ସହିତ ଜଣେ ନାବାଳକଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ବରଗଡ଼ ଏସପି ସ୍ମିଥ ପିଏସ ଦାଶଙ୍କ ନିର୍ଦ୍ଦେଶରେ ଏହି ଡକାୟତି ଘଟଣାରେ ପୋଲିସ ହୀରାକୁଦ ଥାନା ଲରପଙ୍କ ଗାଁର ଅନିଲ ଓରାମ, ଆକାଶ ମୁଣ୍ଡା, ଧନୁପାଲି ଥାନା ପୁଟିବନ୍ଧ ଗାଁର ଅମୁଲ୍ୟ ମହାରଣା, ଶାସନ ଥାନା ଡୁମେରପାଲି ଗାଁର ରାଜୁ ମହାନନ୍ଦ ଓ ଜଣେ ୧୬ବର୍ଷିୀୟ ନାବାଳକଙ୍କୁ ଗିରଫ କରିଛି । ଅଭିଯୁକ୍ତମାନଙ୍କଠାରୁ ପୋଲିସ ଖଣ୍ଡା, ଛୁରୀ, ଭୁଜାଲି, ୪ ମୋବାଇଲ, ୭୦୪୦ ଟଙ୍କା ସହିତ କାର ଗାଡ଼ି ଜବତ କରିଛି ।

Leave A Reply

Your email address will not be published.