କପ୍ତିପଦା ଉପଖଣ୍ଡକୁ ରେଳ ସଂଯୋଗ ଦାବୀ;୧୨ ଘଣ୍ଟିଆ ବନ୍ଦ ପାଳିତ

ଖୁଣ୍ଟା -ସ୍ୱାଧୀନତାର ୭୬ ବର୍ଷ ପଦାର୍ପଣ ହୋଇଛି । ମାତ୍ର ଏବେ ବି ରେଳ ସଂଯୋଗୀକରଣ କ୍ଷେତ୍ରରେ ଅବହେଳିତ ହୋଇ ରହିଛି କପ୍ତିପଦା ଉପଖଣ୍ଡ । ଯାହାକୁ ନେଇ ମୁଣ୍ଡ ଟେକିଛି ଆନ୍ଦୋଳନ। ଏବଂ ଜିଲ୍ଲାର ମୟୁରଭଞ୍ଜ ମୁକ୍ତିମୋର୍ଚ୍ଚା କପ୍ତିପଦା ସଂଗଠନ ପକ୍ଷରୁ ଉପଖଣ୍ଡକୁ ୧୨ ଘଣ୍ଟିଆ ବନ୍ଦ ପାଳନ ପାଇଁ ଡାକରା ଦେଇଛି। ଉପଖଣ୍ଡର ସ୍ଵାର୍ଥ ଓ ଗମନାଗମନର ବିକାଶ ଲାଗି ଗୁରୁତ୍ଵବହୋନ କରୁଥିବା ଏହି ଯଥାର୍ଥ ଦାବିକୁ ବିଭିନ୍ନ ମହୋଲରେ ସ୍ଵାଗତ ମଧ୍ୟ କରାଯାଇଛି । ଏହି ବନ୍ଦର ପ୍ରଭାବ ଖୁଣ୍ଟା ଠାରେ ଦେଖିବାକୁ ମିଳିଥିବା ବେଳେ ଏହା ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଛି । ବନ୍ଦକୁ ସମର୍ଥନ ଜଣାଇ ଖୁଣ୍ଟା ବଣିକ ସଂଘ ପକ୍ଷରୁ ବଜାରର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକୁ ବନ୍ଦ କରାଯାଇଥିବା ଦେଖିବାକୁ ମିଳିଛି । ଏବଂ ମୟୂରଭଞ୍ଜ ମୁକ୍ତି ମୋର୍ଚ୍ଚା ସଂଗଠନର ସଦସ୍ୟ ମାନେ ପିକେଟିଂ କରି ଖୁଣ୍ଟା , ଗୋପବନ୍ଧୁ ନଗର ବ୍ଳକ , ତହସିଲ , ସ୍କୁଲ କଲେଜ , ବ୍ୟାଙ୍କ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକୁ ବନ୍ଦ କରାଇଥିଲେ । ବନ୍ଦର ପ୍ରଭାବରେ ବାରିପଦା , ଖୁଣ୍ଟା , ଉଦଳା ରାଜ୍ୟ ରାଜପଥ ଦେଇ ଯାତ୍ରୀବାହି ବସ , ମାଲବାହି ଭାରିଯାନ ଗୁଡିକର ଚଳାଚଳ ସଂପୂର୍ଣ୍ଣ ରୁପେ ବନ୍ଦ ଥିବା ଦେଖାଯାଇଥିଲା । ସଂଗଠନର ସଦସ୍ୟଙ୍କ ଅଭିଯୋଗ ଅନୁଯାୟୀ ଓଡିଶାରେ ରେଳ ସେବାର ବିକାଶ ପାଇଁ କେନ୍ଦ୍ର ସରକାର ବିଭିନ୍ନ ସମୟରେ ଅର୍ଥ ପ୍ରଦାନ କରୁଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି । ମାତ୍ର ଜିଲ୍ଲାର କପ୍ତିପଦା ଉପଖଣ୍ଡକୁ ରେଳସେବା ଛୁଇଁ ପାରିଲାନାହିଁ । ଏହା କେବଳ ନିର୍ବାଚନୀ ମୁଦା ହୋଇ ରହିଯାଇଛି । ନିର୍ବାଚନ ସମୟରେ ଜାତୀୟ ଦଳ ରେଳ ବିକାଶର ସ୍ୱପ୍ନ ଦେଖାଇ ଭୋଟ ନେଇ ନିର୍ବାଚନ ବୈତରଣୀ ପାର ହୋଇଥାଆନ୍ତି । ମାତ୍ର ପରବର୍ତ୍ତୀ ସମୟରେ ଭୋଟରଙ୍କୁ ଦେଇଥିବା ପ୍ରତିଶୃତି ପାଣିର ଗାଁର ସଦୃଶ୍ୟ ହୋଇ ରହିଯାଉଛି ।

ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରେଳ ସେବା ପାଇଁ ହୋଇଥିବା ସର୍ଭେରେ ଶରତ, କପ୍ତିପଦା, ଉଦଳା, ବାରିପଦା, ଶୁଳିଆପଦା ସ୍ଥାନ ପାଇଥିଲା । ମାତ୍ର ତାହା ଏବେ କେନ୍ଦ୍ର ସରକାରଙ୍କ ରେଳ ବିଭାଗର ଶୀତତାପ ନିୟନ୍ତ୍ରୀତ କୋଠରୀରେ ନାଲିଫିତା ତଳେ ଚାପି ହୋଇ ରହିଛି। ରେଳର ବିକାଶ ପାଇଁ ରାଜନୈତିକ ଉଦାସୀନତା ଓ କେବଳ କ୍ଷମତା ଅକ୍ତିଆର ପାଇଁ ରେଳ କଥା କହି ଉପଖଣ୍ଡବାସୀଙ୍କୁ ଭୁଆଁ ବୁଲାଉଛନ୍ତି କେନ୍ଦ୍ର ସରକାର । ଯାହାକୁ ବିରୋଧ କରୁଛି ସଂଗଠନ । ଏବଂ ଉପଖଣ୍ଡକୁ ରେଳ ସଂଯୋଗକରଣକୁ ଗୁରୁତ୍ଵ ଦେଇ ନିର୍ମାଣ ପାଇଁ ଦାବି ଉପସ୍ଥାପନ ହିଁ ଏହି ବନ୍ଦର ମୁଖ୍ୟ ଉଦେଶ୍ୟ ବୋଲି ସଂଗଠନର ସଦସ୍ୟମାନେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.