mobile header

ଗୋଡ଼ କାଟିବାକୁ ଚେଷ୍ଟା କଲେ ମୁଣ୍ଡ କାଟିଦେବି

କଳାହାଣ୍ଡି ସାଂସଦଙ୍କ ବିବାଦୀୟ ବୟାନ । ଜୁନାଗଡ଼ ଏନ୍ଏସିର ପ୍ରଥମ କାଉନସିଲ୍ ବୈଠକରେ ସାଂସଦ ମୁଣ୍ଡକାଟ ଧମକ ଦେଇଥିବା ଅଭିଯୋଗ ହୋଇଛି । କହିଥିଲେ, ସେ ନିଜ ଗୋଡରେ ଛିଡ଼ା ହୋଇଛନ୍ତି । ଗୋଡକୁ ଯିଏ କାଟିବା ପାଇଁ ଚେଷ୍ଟା କରିବ ତାର ମୁଣ୍ଡ କାଟି ଦେବେ । ସାଂସଦଙ୍କ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ବିଜେଡି କାଉନସିଲରମାନେ ଏହାକୁ ନିନ୍ଦା କରିବା ସହ ଘଟଣା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । ଜୁନାଗଡ଼ ଏନ୍ଏସିର ଅଧ୍ୟକ୍ଷ ପଦ ବିଜେପି ହାତରେ ରହିଛି । ଏନ୍ଏସି ନିର୍ବାଚନ ପରେ ପ୍ରଥମ କାଉନସିଲ୍ ବୈଠକ ବସିଥିଲା । ଏଥିରେ ଯୋଗଦେଇଥିଲେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା । ବିଜେଡି କାଉନ୍ସିଲରମାନେ କେତେକ ସମସ୍ୟା ନେଇ ପ୍ରଶ୍ନ ଉଠାଇଥିଲେ । ଏହାର ଜବାବ ଦେବା ସମୟରେ ସାଂସଦଙ୍କ ସହିତ କାଉନ୍ସିଲରଙ୍କ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ସାଂସଦ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.