ଗାଡିଆପଡା ଘାଟିରେ ଦୁଇ ଦୁଇଟି ଟ୍ରକ ଦୂର୍ଘଟଣା, ଦୁଇ ଗୁରୁତର

ଫୁଲବାଣୀ -୨୭/୦୮ କନ୍ଧମାଳ ଜିଲ୍ଲା ଖଜୁରୀପଡା ନିକଟ ଗାଡିଆପଡା ଘାଟିରେ ଗୋଟିଏ ଅପରା ପାର୍ଟିର ଦୁଇ ଦୁଇଟି ଟ୍ରକ ଦୂର୍ଘଟଣା ଘଟିବା ଫଳରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି l ସେମାନଙ୍କୁ ଚିକିତ୍ସା ପାଇଁ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l ସୂଚନାଯୋଗ୍ୟ ଯେ ଟ୍ରକର ବ୍ରେକ ଫେଲ ହେବା ଯୋଗୁଁ ଦୂର୍ଘଟଣା ହୋଇଥିଲା l ତେବେ, ଟ୍ରକରେ ଏଗାର ଜଣ ଲୋକ ଥିଲେ ହେଲେ ବ୍ରେକ ଫେଲ ହେବା ଜାଣି ପାରି ଟ୍ରକରୁ ଡେଇଁ ପଡି ଜୀବନ ବଞ୍ଚାଇଥିଲେ l ପୋଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଛନ୍ତି l

Leave A Reply

Your email address will not be published.