କନ୍ଧମାଳ ନ୍ୟାୟ ଶାନ୍ତି ଓ ସଦବାଭନା ସମାଜ ରାଲି ଓ ସଭା

ଫୁଲବାଣୀ:-୨୭/୦୮ କନ୍ଧମାଳ ଜିଲ୍ଲାର ସ୍ଥାନୀୟ କରନେସନ ପଡିଆ ଠାରେ ସଭାପତି ପ୍ରସନ୍ନ ବିଷୋୟୀ ,ଅଭୟ ସୁନ୍ଦର ବନମାଳି ଦିଗାଲଙ୍କ ନେତୃତ୍ୱରେ ଶାନ୍ତି ଓ ସଦବାଭନା ସମାଜ, କନ୍ଧମାଳର ଏକ ବିରାଟ ରାଲି ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ସର୍ଵପ୍ରଥମେ ଶାନ୍ତି ପୂର୍ଣ୍ଣ ଭାବରେ ଏକ ରାଲି ମାଦି କୁନ୍ଦା ଛକରୁ ବାହାରି କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୂଖରେ ପହଞ୍ଚି ଏକ ୮ ଦଫା ସମ୍ମିଳିତ ଦାବି ପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଦାବି ପତ୍ରରେ ଯାହା ଉଲ୍ଲେଖ ରହିଛି ପ୍ରପୀଡ଼ିତକ ମାନଙ୍କୁ ନ୍ୟାୟ ଓ ଥଇଥାନ ନିଶ୍ଚିତକରଣ ନିମନ୍ତେ ବନ୍ଦ କରାଯାଇଥିବା ୩୧୫ଟି କେସ୍‌ଗୁଡ଼ିକୁ ସୁପ୍ରିମ୍ କୋର୍ଟର ରାୟ ଅନୁସାରେ ପୁନର୍ବିବାର କରାଯାଉ ,୨୦୦୮ ହିଂସା ପ୍ରପୀଡ଼ିତ ପରିବାର ଗୁଡ଼ିକ ଆଜି ସୁଦ୍ଧା ଯେଉଁ ଆର୍ଥିକ ସାହାର୍ଯ୍ୟ ଦିଆଯାଇଛି, ତାହା ସମୁଦ୍ରକୁ ଶଙ୍ଖ ପରି ଅତି ନଗଣ୍ୟ । ଘର ଓ ସଂପତ୍ତି ନଷ୍ଟିର ପରିମାଣ ଅତି ପ୍ରଚୁର, ତେଣୁ ପ୍ରପୀଡ଼ିତ ପରିବାରକୁ ଯଥେଷ୍ଟ ପରିମାଣରେ ସାହାଯ୍ୟ ପ୍ରଦାନ କରାଯାଉ ,ପାର୍ବତ୍ୟା- ଅଞ୍ଚଳରେ ବାସ କରୁଥିବା ଦଳିତ ଓ ସଂଖ୍ୟାଲଘୁ ମାନଙ୍କୁ ଲିଜ ଜମି ଦିଆଯିବାର ବ୍ୟବସ୍ଥା କରାଯାଉ।ଓଡ଼ିଶା ରାଜ୍ୟ ସଂଖ୍ୟାଲଘୁ ଆୟୋଗ ଏବଂ ସଂଖ୍ୟା ଲଘୁଙ୍କ ବିଚାର ପାଇଁ ଆର୍ଥିକ ନିଗମ ସ୍ଥାପନ କରାଯାଉ । କେନ୍ଦ୍ର ସରକାର ଏଥି ସକାଶେ ଦୃଢ଼ ପଦକ୍ଷେପ ନିଅନ୍ତୁ ଏବଂ ରାଜ୍ୟ ସରକାରଙ୍କୁ ଏହି ବିଷୟରେ ନିର୍ଦ୍ଦେଶ ଦିଅନ୍ତୁ। କନ୍ଧମାଳର ୨୫ ପ୍ରତିଶତରୁ ଉର୍ଦ୍ଧ୍ବ ସଂଖ୍ୟାଲଘୁ ସଂପ୍ରଦାୟ ଥିବା ବ୍ଲକ ଗୁଡ଼ିକୁ ଯଥା ତୁମୁଡ଼ିବନ୍ଧ, ବାଲିଗୁଡ଼ା,ନୂଆଗାଁକୁ ସଂଖ୍ୟାଲଘୁ ବ୍ଲକ୍‌ର ମାନ୍ୟତା ଦିଆଯାଉ, ଆଦିବାସୀ ଖ୍ରୀଷ୍ଟିୟାନ୍‌ ମାନଙ୍କ ପ୍ରତି ରହିଥିବା ସଂରକ୍ଷଣ ବ୍ୟବସ୍ଥାକୁ ଅବ୍ୟାହତ କରାଯାଉ। ପ୍ରଧାନମନ୍ତ୍ରୀଙ୍କ ପନ୍ଦର ସୁତ୍ରୀ କାର୍ଯ୍ୟକ୍ରମ ଓ ଏମ୍.ଏସ୍.ଡିପି କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରାଯାଉ । ଧାର୍ମୀକ ଅସହିଷ୍ଣୁତା ଓ ଆକ୍ଷେପକୁ ଦୃଢ଼ ନିନ୍ଦା କରି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆଯାଉ ବୋଲି ଦାବୀ ପୂରଣ ପାଇଁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି। ପରେ ପରେ କରୋନେସନ ପଡିଆ ଠାରେ ସର୍ବ ସାଧାରଣ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଅଶୋକ କୁମାର ପାଣ୍ଡେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ପ୍ରଫେସର ଲକ୍ଷ୍ମଣ ୟାଦବ ,ଅଭିରାମ ମଲ୍ଲିକ, ଅମୀୟ ପାଣ୍ଡେ, ପୂର୍ବତନ ବିଧାୟକ ଦୁଗୁନି କଁହର, ବିଶୋପ ଦିଲୀପ ବଳ, ସଂଗ୍ରାମ ମଲ୍ଲିକ, ଅନିଲ ମଲ୍ଲିକ, ଲୁଧିଆ ଦିଗାଲ ଓ ଜାଗ୍ରତ କନ୍ଧମାଳର ପ୍ରତିଷ୍ଠାତା ତଥା ବରିଷ୍ଠ ଆଇନଜୀବୀ ସତ୍ୟ ନାରାୟଣ ବେହେରା ପ୍ରମୁଖ ମଞ୍ଚାସିନ ଥିଲେ।ଆଇନଜୀବୀ ଶ୍ରୀ ବେହେରା ଜାତି ଧର୍ମ ନିର୍ବିଶେଷରେ ସମସ୍ତ ମନୁଷ୍ୟ ସମାଜରେ ଏକ ଅଟନ୍ତି। ସେ ଦୃଷ୍ଟିରୁ ଆମେ ସମସ୍ତେ ଶାନ୍ତି ଶୃଙ୍ଖଳାର ସହ ଭାଇଚାରା ଭାବ ମନରେ ସୃଷ୍ଟି କରି ବଞ୍ଚିବା ଆବଶ୍ୟକ ବୋଲି ବକ୍ତବ୍ୟ ରଖିଥିଲେ।

Leave A Reply

Your email address will not be published.