ଗ୍ରାମ ରୋଜଗାର ସେବକ ସଂଘର ବୈଠକ

ଫୁଲବାଣୀ -୨୭/୦୮ ନିଖିଳ ଓଡ଼ିଶା ଗ୍ରାମ ରୋଜଗାର ସେବକ ସଂଘର ଏକ ଜରୁରୀ ବୈଠକ ସଭାପତି ଶ୍ରବଣ କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ସ୍ଥାନୀୟ ନେତାଜୀ କ୍ଳବ ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉପସଭାପତି ବିଜୟ କୁମାର ସାହୁ, ଅଞଳୀ ନାୟକ, ଓ ସାଧାରଣ ସଂମ୍ପାଦକ ସାମନ୍ତ ଦିଗାଲଙ୍କ ସହ ପ୍ରତି ପଞ୍ଚାୟତର ଗ୍ରାମରୋଜଗାର ସେଵକ ଯୋଗ ଦେଇଥିଲେ। କୌଣସି ଚାକିରୀରେ ଛ ବର୍ଷ କାମ କଲେ ସରକାର ସେମାନଙ୍କ ଚାକିରୀ ନିୟମିତ କରୁଥିବା ଦେଖାଯାଉଛି। କିନ୍ତୁ ଜିଆର ଏସ ମାନେ ୧୪ବର୍ଷ କାର୍ଯ୍ୟ କରିବା ପରେ ମଧ୍ୟ ସେମାନଙ୍କ ଚାକିରୀ ନିୟମିତ କରାଯାଉନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ପଞ୍ଚାୟତର ସମସ୍ତ ଦାୟିତ୍ୱ ପୂର୍ଣ୍ଣ ଆର୍ଥିକ କାରବାର ବୁଝୁଥିବା ବେଳେ ସରକାର ସେମାନଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରିବା ଦୁର୍ଭାଗ୍ୟଜନକ। ସରକାରଙ୍କ ଜିଆର ଏସ ମାରଣ ନୀତିର ନିନ୍ଦା କରାଯାଇଛି। ବାରମ୍ବାର ଅନୁରୋଧ ସତ୍ୱେ ଯଦି ସରକାର ଜିଆର ଏସ ମାନଙ୍କ ଦାବି ପୂରଣ ନ କରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପଦକ୍ଷେପ ନେବାକୁ ବାଧ୍ୟ ହେବେ ବୋଲି ସଙ୍ଘ ସଭାପତି ଶ୍ରବଣ ପଣ୍ଡା ସୂଚନା ଦେଇଛନ୍ତି। ଏଣୁ ସରକାର ସେମାନଙ୍କ ଦାବିକୁ ସହୃଦୟତାର ସହ ବିଚାର କରିବା ଉଚିତ ବୋଲି ସଙ୍ଘ କହିଛି l

Leave A Reply

Your email address will not be published.