ପୁଲିସ ସୂଚନଦାତା ଦର୍ଶାଇ ଜଣକୁ ହତ୍ୟା କଲେ ନକ୍ସଲ

ମାଲକାନଗିରି: ସୀମାନ୍ତ ବର୍ଷାଗାଓଁ ଥାନା ଅନ୍ତର୍ଗତ ବଢହାଗାଓଁ ଗ୍ରାମର ରାମଲଲ ପୋଟାଇକୁ ନକ୍ସଲ ଗତକାଲି ରାତିରେ ପୁଲିସ ସୂଚନଦାତା କହି ନିର୍ମମ ହତ୍ୟା କରିଛନ୍ତି। ପ୍ରାୟ ୨୦ ଜଣ ସଶସ୍ତ୍ର ନକ୍ସଲ ଗାଁରେ ପଶି ରାମଲଲକୁ ଘରୁ ଅପହରଣ କରିନେଇଥିଲେ। ପରେ ଗାଁ ନିକଟରେ ହିଁ ତାକୁ ନିର୍ଧୁମ ପିଟିଥିଲେ। ପୁଲିସକୁ ନକ୍ସଲ ଗତିବିଧି ସମ୍ପର୍କରେ ସୂଚନା ଦେଉଥିବା କହି ଧାରୁଆ ଅସ୍ତ୍ରରେ ବେକ କାଟି ଦେଇଥିଲେ। ଯାହାଫଳରେ ଘଟଣା ସ୍ଥଳରେ ହି ରାମଲାଲର ମୃତ୍ୟୁ ହୋଇଯାଇଥିଲା। ମୃତଦେହ ନିକଟରେ ପୋଷ୍ଟେର ଛାଡିଛନ୍ତି ନକ୍ସଲ। ଏଥିରେ କାହିଁକି ରାମଲଲକୁ ହତ୍ୟା କରାଗଲା ସେ ନେଇ ସୂଚନା ଦେଇଛନ୍ତି। ପୁଲିସ ଇନ୍ଫୋର୍ମେର ହେଲେ ମୃତ୍ୟୁ ଦଣ୍ଡ ମିଳିବ ବୋଲି ପୋଷ୍ଟେରରେ ଉଲ୍ଲେଖ କରାଯାଇଛି। ଶତ୍ରୁକୁ ସାହାଯ୍ୟ ନକରି ଜନତାନ ସରକାର ସହ ଆମିଲ ହୋଇ ଜଳ,ଜଙ୍ଗଲ ଜମି ପାଇଁ ଲଢେଇ କରନ୍ତୁ। ପୁଲିସ ନିକଟରେ ପରିବାର ଲୋକେ ଏତଲା ଦେଇଥିବା ଜଣାପଡିଛି।

Leave A Reply

Your email address will not be published.