ଧ୍ୱଂସରେ ବ୍ୟବହୃତ ବିସ୍ଫୋରକ ସାମଗ୍ରୀ ଏହି  ମିଶାଇଲ ସହ ସମାନ

ନୋଏଡା: ବହୁ ଚର୍ଚ୍ଚିତ ନୋଏଡାର ସୁପରଟେକ୍ ଟ୍ୱିନ୍ ଟାୱାରକୁ ଧ୍ୱଂସ କରିବା ପାଇଁ ୩୫୦୦ କେଜିରୁ ଅଧିକ ବିସ୍ଫୋରକ ବ୍ୟବହାର କରାଯାଇଥିଲା। ଦୁର୍ନୀତିର ଏହି ସୁଉଚ୍ଚ ଅଟ୍ଟାଳିକାକୁ ଭାଙ୍ଗିବାରେ ଯେଉଁ ଶକ୍ତିଶାଳି ବିସ୍ଫୋରକ ସାମଗ୍ରୀ ବ୍ୟବହାର କରାଯାଥିଲା ତାହା କୌଣସି ବିଧ୍ୱଂଶକାରୀ କ୍ଷେପଣାସ୍ତ୍ରଠାରୁ କମ୍‌ ନୁହଁ। ମାତ୍ର ୯ ସେକେଣ୍ଡରେ ଧୂଳିସାତ ହୋଇଥିବା ଏହି ଅଟ୍ଟାଳିକା ପାଇଁ ବ୍ୟବୃହତ ବିସ୍ଫୋରକ ଅତି ଭୟୟଙ୍କର ଯୁଦ୍ଧାସ୍ତ୍ର ୩ଟି ଅଗ୍ନି-ଭି ମିଶାଇଲ, କିମ୍ବା ୧୨ଟି ବ୍ରହ୍ମୋସ ମିଶାଇଲ କିମ୍ବା କିମ୍ବା ୪ଟି ପ୍ରଥିବ ମିଶାଇଲ ଆକାର ସହ ସମାନ। ରାଜଧାନୀ ଦିଲ୍ଲୀର ପ୍ରସିଦ୍ଧ ଉଚ୍ଚ କୁତବମିନାର ଠାରୁ ଅଧିକ ଉଚ୍ଚ ଏହି ଟାୱାରକୁ ଭାଙ୍ଗିବା ପାଇଁ ୨୦ କୋଟି ଟଙ୍କା ବ୍ୟୟ କରାଯାଇଛି। ଭାରତ ଇତିହାସରେ ଭଙ୍ଗଯାଇଥିବା ଉଚ୍ଚ ନିର୍ମାଣ ମଧ୍ୟରେ ଏହି ଦୁଇ ଟାୱାର ସର୍ବାଧିକ ଉଚ୍ଚତ୍ତମ। ମାଟିରେ ମିଶିଥିବା ଏହି ଅଟ୍ଟାଳିକାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ତେବେ ଟ୍ୱିନ୍ ଟାୱାର୍ସକୁ ଧ୍ୱଂସ କରିବା ପାଇଁ ଉକ୍ତ କୋଠାର ବିଭିନ୍ନ ମହଲାରେ ୯୬୪୦ଟି ଗାତ ଖୋଳାଯାଇଥିଲା। ପ୍ରତ୍ୟେକ ଗାତର ଗଭୀରତା ୨.୬୪୩ ମିଲିମିଟର ରହିଥିଲା। ୩୭୦୦ କିଲୋଗ୍ରାମରୁ ଅଧିକ ବିସ୍ଫୋରକ ଏସବୁ ଗାତରେ ରଖାଯାଇଥିଲା। ଗୋଟିଏ ଲେଖାଏଁ ଗାତରେ ୨୫୦ ଗ୍ରାମରୁ ୧ କିଲୋଗ୍ରାମ ପର୍ଯ୍ୟନ୍ତ ବିସ୍ଫୋରକ ରହିଥିଲା। ଅଟ୍ଟାଳିକା ଭଙ୍ଗାର ‌ରେକର୍ଡିଂ ପାଇଁ ବିଭିନ୍ନ ସ୍ଥାନରେ କ୍ୟାମେରା ଲଗାଯାଇଥିଲା। ଏହି ବିଶାଳ ଅଟ୍ଟାଳିକା ମାଟିରେ ମିଶିବା ସମୟରେ ସେହି ଅଞ୍ଚଳରେ ବହୁମାତ୍ରାରେ ଧୂଳି ଉଡ଼ିବାର ସମ୍ଭବନା ଥିବାରୁ ତାହାକୁ ନିୟନ୍ତ୍ରଣ କରିବା ଏବଂ ତାହାର ପ୍ରଭାବ ଯେଭଳି କମ୍ ବ୍ୟାପିବ ସେଥିପାଇଁ ସଫେଇ ମେସିନ, ଆଣ୍ଟି ସ୍ମଗ୍ ଗନ ଏବଂ ପାଣି ସିଞ୍ଚନ ଯନ୍ତ୍ର ଆଦି ରଖାଯାଇଥିଲା। ଏଥିସହିତ ଆଖପାଖରେ ଥିବା ଅଟ୍ଟାଳିକାକୁ ଘୋଡ଼ାଇ ରଖାଯାଇଥିଲା। ଏପର୍ଯ୍ୟନ୍ତ ଆଖପାଖରେ ଥିବା ଘରର କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି।

ତେବେ ନୋଏଡ଼ାର ସେକ୍ଟର ୯୩-ଏରେ ଥିବା ସୁପ‌ରଟେକ୍‌ର ଦୁଇଟି ଯାକ ଅଟ୍ଟାଳିକାରେ ମୋଟ ୭.୫ ଲକ୍ଷ ବର୍ଗଫୁଟର ନିର୍ମାଣ ହୋଇଥିଲା। ‌ଆପେକ୍ସ ଅଟ୍ଟାଳିକାର ଉଚ୍ଚତା ୧୦୩ ମିଟର ହୋଇଥିବାବେଳେ ସିୟେନ ଅଟ୍ଟାଳିକାର ଉଚ୍ଚତା ଥିଲା ୯୭ ମିଟର। ପ୍ରକଳ୍ପ ନିର୍ମାଣ ପାଇଁ ବର୍ଗଫୁଟ୍‌ ପିଛା ୯୩୩ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା। ତେଣୁ ଦୁଇଟି ଅଟ୍ଟାଳିକାର ନିର୍ମାଣ ଖର୍ଚ୍ଚ ୭୦ କୋଟି ଥିଲା ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଏହାକୁ ଭାଙ୍ଗିବା ପାଇଁ ୨୦ କୋଟି ଟଙ୍କା ବ୍ୟୟ ହୋଇଛି ।

Leave A Reply

Your email address will not be published.