ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ପୋଲିସର ମିଳିତ ଚଢ଼ାଉ, ଲକ୍ଷାଧିକ ଟଙ୍କାର ପୋଚ ନଷ୍ଟ

ଫୁଲବାଣୀ -୨୮/୦୮ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ଦେଶୀ ମହୁଲି ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି l ପ୍ରତି ଗାଁ ଓ ସାହି ବସ୍ତିରେ ମାଳ ମାଳ ବେଆଇନ ଦେଶୀ ମଦ କାରବାର ବଢ଼ିବାରେ ଲାଗିଛି l ଫଳରେ ପରିବାର ରେ ଅଶାନ୍ତି ସୃଷ୍ଟି ହେଉଛି l ମନା କଲେ ବି ଶୁଣୁନାହାନ୍ତି ମଦ ବେପାରୀ l ଏନେଇ ବାଲିଗୁଡ଼ା ଥାନା ଅନ୍ତର୍ଗତ କୁଟିକିଆ ଗ୍ରାମର ନାରୀ ସଂଘ ପକ୍ଷରୁ ପୋଲିସ ନିକଟରେ ଅଭିଯୋଗ କରିଥିଲେ l ଅଭିଯୋଗ ପାଇ ଥାନା ଅଧିକାରୀ ବାବା ଶଙ୍କର ସରାଫଙ୍କ ନିର୍ଦେଶ କ୍ରମେ ପୋଲିସ ଅଧିକାରୀ କୁଳମଣି ରାଉତ, ଆଶୁତୋଷ ପାଇକରାୟ ସମିତି ସଭ୍ୟ ଦୟାନିଧି ମଲିକ ଓ ନାରୀ ସଂଘ ମିଳିତ ଭାବେ ଚଢ଼ାଉ କରି ଏକ ଲକ୍ଷରୁ ଉର୍ଦ୍ଧ ଟଙ୍କା ମୂଲ୍ୟର ମଦ ପୋଚ ସମେତ ମଦ ରନ୍ଧା ସାମଗ୍ରିମାନ ଜବତ କରିଥିଲେl ଫଳରେ ଚୋରା ମଦ ବେପାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି l ଗାଁ ରେ ଶତ ପ୍ରତିଶତ ମଦ ବନ୍ଦ ନ ହେଲା ଯାଏ ଚଢ଼ାଉ ଜାରିରହିବ ବୋଲି ନାରୀ ସଂଘ କହିଛି l

Leave A Reply

Your email address will not be published.