ଦେଉଳି ଗ୍ରାମରୁ ୨ଟି ବାଇକ୍ ଓ ୪ଟି ମୋବାଇଲ ଚୋରି ଘଟଣାର ପର୍ଦ୍ଦାଫାଶ କଲା ମନମୁଣ୍ଡା ପୋଲିସ

କଣ୍ଟାମାଳ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଦେଉଳି ଗ୍ରାମରୁ ଚୋରି ହୋଇଥିବା ବାଇକ୍ ଓ ମୋବାଇଲ୍ ମନମୁଣ୍ଡା ପୋଲିସ ଉଦ୍ଧାର କରିଛି। ନୂତନ ଏସପି ପ୍ରହଲ୍ଲାଦ ସହାଇ ମିନାଙ୍କ ନିର୍ଦ୍ଧେଶକ୍ରମେ ଏସଡିପି ଓ ଆନନ୍ଦ ବର୍ଦ୍ଧନ ଗୁରୁ ଓ ମନମୁଣ୍ଡା ଥାନା ଆଇଆଇସି ଗୋପୀନାଥ ପ୍ରଧାନ ତନାଘନା ଚଳାଇଥିବା ବେଳେ ଏସଆଇ ପ୍ରାଣବନ୍ଧୁ ସାହୁ ଓ ପବିତ୍ର ସାହୁଙ୍କ ତତ୍ତ୍ୱାବଧାନରେରେ ଦୁଇଟି ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲେ। ଏଥିରେ ସଂପୃକ୍ତ ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ଜଣେ ନାବାଳକକୁ ଅଟକ ରଖିଛି। ସୂଚନା ମତେ ଗତ ୨୩ ତାରିଖ ରାତିରେ ଦେଉଳି ଗ୍ରାମର ସାହୁ କଲୋନିରୁ ଅଭିମନ୍ୟୁ ବଗର୍ତ୍ତି ଓ ବିଜୟ ଆଚାର୍ଯ୍ୟଙ୍କ ବାଇକ୍ ଚୋରି ହୋଇଥିଲା। ସେହି ଦିନ ରାତିରେ ଉକ୍ତ ଗ୍ରାମର ୱେଲେଣ୍ଡିଂ ଦୋକାନରେ କାର୍ଯ୍ୟରତ ଶ୍ରମିକ ଦଇତାରୀ ଶଙ୍ଖୁଆ ଓ ଅନ୍ୟ ୩ ଜଣ ଶ୍ରମିକ ସୋଇଥିବା ବେଳେ ୪ଟି ମୋବାଇଲ୍ ଚୋରି ହୋଇଥିଲା। ଏନେଇ ଅଭିଯୋଗ ହେଲାପରେ ପୋଲିସ 141/22 ,142/22 ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।ପୋଲିସ ଆଜି ବିଭିନ୍ନ ସ୍ଥାନରେ ଚଢାଉ କରି ଚୋରି ଦୁଇଟି ବାଇକ୍ ଓ ୩ ଟି ମୋବାଇଲ ଉଦ୍ଧାର କରିଥିଲା। ଏହି ଚୋରି ଘଟଣାରେ ଦେଉଳି ର ସୋନୁ ମାଝୀ, ନୂର୍ପା ଗ୍ରାମର ସମ୍ବାରୁ ମହାମଲ୍ଲିକ, ସଂଜିତ୍ ବେହେରା ଓରଫ ପିଣ୍ଟୁ, ଦହ୍ୟା ଗ୍ରାମର ର ଆଲୋକ ସାହୁଙ୍କୁ ଗିରଫ କରିଥିବା ବେଳେ ଦେଉଳି ଗ୍ରାମର ଜଣେ ନାବାଳକକୁ ଅଟକ ରଖିଛି। ଆଲୋକ ଅଭିଯୁକ୍ତଙ୍କ ଠାରୁ ବାଇକ୍ ଓ ସ୍ମାର୍ଟ ଫୋନ କ୍ରୟ କରିଥିଲା।ଚାରି ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଜଣେ ନାବାଳକକୁ ଯୁଭେନାଇଲ କୋର୍ଟ ରେ ହାଜର କରାଯିବ ବୋଲି ଜଣାପଡିଛି

Leave A Reply

Your email address will not be published.