ବାଇକରେ ମିଳିବ ଏସିର ମଜା

ବାଇକ୍ ଚାଳକଙ୍କ ପାଇଁ ଖୁସି ଖବର । ଏଣିକି ଆଉ ହେଲମେଟ ପିନ୍ଧିବାକୁ ବୋର୍ ଲାଗିବନି । ବରଂ ମଜା ଲାଗିବ । କାରଣ ଭାରତୀୟ ବଜାରକୁ ଏପରି ସ୍ୱତନ୍ତ୍ର ହେଲମେଟ୍ ଆସୁଛି ଯାହା ବାଇକ୍ ଆରୋହୀଙ୍କୁ ଦେବ ଏୟାର କୁଲରର ମଜା ।

କିଛି ବାଟ ଗଲା ପରେ ମୁଣ୍ଡରୁ ଯେତେବେଳେ ହେଲେମେଟ କାଢନ୍ତି ମୁଣ୍ଡରୁ ଗୋଟେ ବୋଝ ଓହ୍ଲାଇବା ପରି ଲାଗେ । ହେଲେ ଆଉ ଏପରି ଲାଗିବନି । ବଜାରକୁ ଆସିଲାଣି ଏପରି ଏକ ହେଲେମେଟ୍ ଯାହା ମୁଣ୍ଡକୁ ପୁରା କୁଲ ରଖିବ । ସବୁଠାରୁ ବଡ କଥା ହେଲା ଏହା ପଦୂଷଣରୁ ରକ୍ଷା କରିବ । ଆଜିକାଲି ସବୁ ସହରରେ ପ୍ରଦୂଷଣ ଅନିୟନ୍ତ୍ରିତ ହେଉଥିବାବେଳେ ଏଭଳି ହେଲେମେଟକୁ ସ୍ୱାଗତ କରିଛନ୍ତି ଭାରତ ସରକାର । ଏହି ହେଲମେଟ୍ ତିଆରି କରୁଥିବା କମ୍ପାନୀରେ ସରକାର ଅର୍ଥ ନିବେଶ କରିଛନ୍ତି ।

ବେଙ୍ଗାଲୁରୁର ଜଣେ ମେକାନିକାଲ ଇଞ୍ଜିନିଅର ଏହି ଅନେକ ପରୀକ୍ଷାନିରୀକ୍ଷା କରିବା ପରେ ଏହି ହେଲମେଟ୍ ପ୍ରସ୍ତୁତ କରିଛନ୍ତି । ମଲ୍ଟିନ୍ୟାସନାଲ କମ୍ପାନୀର ନିର୍ଦ୍ଦେଶକ ତଥା ଇଞ୍ଜିନିୟର ସନ୍ଦୀପ ଦହିୟା ଏହି ହେଲମେଟକୁ ପ୍ରସ୍ତୁତ କରିବା ପରେ ଏହାକୁ ବିସ୍ତୃତ ଭାବେ ନିର୍ମାଣ କରି ବିକ୍ରି ବ୍ୟବସ୍ଥା କରିବାକୁ ସରକାରଙ୍କ ଠାରୁ ମଞ୍ଜୁରୀ ମିଳିଛି । ସାଢେ ୪ ବର୍ଷରେ ୮ଟି ଭିନ୍ନ ଭିନ୍ନ ହେଲମେଟର ମଡେଲ ତିଆରି କରିବା ପରେ ଏପରି ହେଲମେଟ୍ ତିଆରି କରିଛନ୍ତି ସନ୍ଦୀପ । ହେଲମେଟ୍ ପ୍ରସ୍ତୁତ କରିବାକୁ ଏକ ଏଜେନ୍ସି ଦାୟିତ୍ୱ ନେଇଛି ।

ଦିଲ୍ଲୀ ଓ ଅନ୍ୟ ବଡ ବଡ ସହରରେ ବଢିଚାଲିଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏହି ହେଲେମେଟକୁ ତିଆରି କରାଯାଇଛି । ଏହା ଗାଡି ଚାଳକଙ୍କୁ ପ୍ରଦୂଷଣରୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିବା ସହ ଗାଡି ଚଳାଇବା ସମୟରେ ଶୀତଳତା ପ୍ରଦାନ କରିବ । କାରଣ ଏହି ହେଲେମେଟର ଆଗ ପଟେ ଏକ ଫିଲ୍ଟର ଲାଗିଥିବାବେଳେ ପଛପଟେ ଏକ ମାଇକ୍ରୋ ଫ୍ୟାନ୍ ସଂଲଗ୍ନ କରାଯାଇଛି । ଫଳରେ ଏହା ଧୂଳିକଣାକୁ ଛାଣିବା ସହ ମୁଣ୍ଡକୁ ଥଣ୍ଡା ରଖିବ । ବାହାରର ତାପାମାତ୍ରା ଠାରୁ ହେଲମେଟ ଭିତରେ ୧୫ % ପର୍ଯ୍ୟନ୍ତ କମ୍ ତାପମତ୍ରା ରହିବ । ଏହାର ମୂଲ୍ୟ ପାଖାପାଖି ୫୦୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଏତେ ସୁଲଭ ମୂଲ୍ୟରେ ମିଳୁଥିବା ଏସି ହେଲମେଟ ନିର୍ମାଣ ପାଇଁ ବିଦେଶରୁ ମଧ୍ୟ ଅର୍ଡର ଆସିଥିବା ଜଣାପଡିଛି । କିନ୍ତୁ ଏହାକୁ ବର୍ଷା ଦିନେ ବ୍ୟବହାର କରାଯାଇପାରିବ ନାହିଁ ବୋଲି ସୂଚନା ରହିଛି ।

ଅନ୍ତରାଷ୍ଟ୍ରୀୟ ମାନକକୁ ଆଧାର କରି ଏହି ହେଲମେଟ୍ ପ୍ରସ୍ତୁତ କରାଯାଇଛି । ଏହା ଅନ୍ୟ ହେଲମେଟ ପରି ହାଲକା । ଏଥିରେ ଏପରି ସିଷ୍ଟମ୍ ରହିଛି ଯାହାକୁ ଘନ କୁହୁଡିରେ ମଧ୍ୟ ଅରାମରେ ପିନ୍ଧିହେବ । ଏହାର ବ୍ୟାକଅପ୍ ୬ ଘଣ୍ଟା ପାଇଁ ରହିବ । ଚାର୍ଜ ଏହାକୁ ବାଇକ୍ ବ୍ୟାଟେରୀ ସାହାଯ୍ୟରେ ଚାର୍ଜ କରିହେବ ।ଯଦି ଭାରତରେ ଏହାର ବ୍ୟବସାୟ ସଫଳ ହୁଏ ତେବେ ଆଜିକାର ପ୍ରଦୂଷଣରୁ ମୁକ୍ତି ପାଇବାକୁ ବାଟ ଫିଟିବ ।

ଏହାପୂର୍ବରୁ ସର୍ବପ୍ରଥମେ ଏପରି ଏସି ହେଲମେଟ ତିଆରି କରିଥିଲା ଆମେରିକାର ‘ଫେହେର’ କମ୍ପାନୀ । ଏହାକୁ ଷ୍ଟିଭ୍ ଫେହେର ନାମକ ବ୍ୟକ୍ତି ଉଦ୍ଭାବନ କରିଥିଲେ ।

Leave A Reply

Your email address will not be published.