xmas

ଜାତୀୟ କ୍ରୀଡ଼ା ଦିବସ ପାଳିତ

ଫୁଲବାଣୀ -୨୯/୦୮ ସୋମବାର ଫୁଲବାଣୀ ସହରରେ ଥିବା କନ୍ଧମାଳ ଷ୍ଟାଡିୟମଠାରେ ଫୁଲବାଣୀ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ଓ ଜ଼ିଲ୍ଲା ପ୍ରଶାସନ କନ୍ଧମାଳର ମିଳିତ ଆନୁକୂଲ୍ୟରେ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଏସ ଡି ପି ଓ ମହେନ୍ଦ୍ରନାଥ ମୁର୍ମୁ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଅବସର ଜ଼ିଲ୍ଲା କ୍ରୀଡ଼ା ଅଧିକାରୀ ଜିତେନ୍ଦ୍ର କୁମାର ମହାକୁଡ଼, ଫୂଟବଲ ପ୍ରଶିକ୍ଷଣ ଯଶପ1ଲ ଉର୍ମା , ଧନୁତିର ପ୍ରଶିକ୍ଷକ ଆଶାରାମ ହସଦା, ଏବଂ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ l ଏହି ଉପଲକ୍ଷେ ଆୟୋଜିତ ବକୃତା ପ୍ରତିଯୋଗିତାରେ କଇନା ପଟମାଝି ପ୍ରଥମ, ଲେମନ୍ତ ପ୍ରଧାନ ଦ୍ୱିତୀୟ, ରତ୍ନାକର ପାଲଟାସିଂ ତୃତୀୟ, ଚିତ୍ରାଙ୍କନରେ ଦିଲ୍ଲୀପ ରୁପମାଝି ପ୍ରଥମ, ପାଲମୀ ବାଲଦୁମାଝି ଦ୍ୱିତୀୟ, ଅବଳା ଶୁକମାଝି ତୃତୀୟ, ରଚନାରେ ପ୍ରେମ ପିୟୁଷ ବାଘ ପ୍ରଥମ, ପୀତବାସ ଶବର ଦ୍ୱିତୀୟ, କଇନା ପଟମାଝି ତୃତୀୟ, ୧୦୦ ମିଟର ଦୌଡ଼କୁଦରେ ଅଭିଶିସା ପ୍ରଥମ, ପୀତବାସ ସବର ଦ୍ୱିତୀୟ, ସୁକାନ୍ତ କହ୍ନର ତୃତୀୟ, ଲଙ୍ଗ ଜମ୍ପରେ ପୀତବାସ ଶବର ପ୍ରଥମ, ସୁଧୀର କହ୍ନର ଦ୍ୱିତୀୟ, ଦେବ ପ୍ରସାଦ କହ୍ନର ତୃତୀୟ ହୋଇଥିଲେ l ଭଲିବଲରେ ରେଡ କ୍ଲବ ଫୁଲବାଣୀ ବିଜୟୀ, ବ୍ଲୁ କ୍ଲବ ଫୁଲବାଣୀ ଉପ ବିଜେତା, ହକିରେ ଗ୍ରୀନ ଦଳ ଫୁଲବାଣୀ ବିଜେତା ଏବଂ ଅରେଞ ଦଳ ଫୁଲବାଣୀ ଉପ ବିଜେତା ହୋଇଥିଲେl ସେହିପରି ଫୂଟବଲରେ ବୁଢ଼ାଦାନୀ ଫୂଟବଲ ଟିମ ଓ କ୍ରୀଡାଛାତ୍ର ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା, କ୍ରୀଡା ଛାତ୍ରବାସ ଫୁଲବାଣୀ ୩-୨ ଗୋଲରେ ବୁଢ଼ା ଦାନୀ ଟିମକୁ ପରାସ୍ତ କରି ଚମ୍ପିୟାନ ହୋଇଥିଲେl ଖେଳରେ ରେଫରୀ ଭାବରେ ଅଭିରାମ ମହାନ୍ତି ପରିଚାଳନା କରିଥିବା ବେଳେ ଲାଇନମେନ ଭାବରେ ମୁକେଶ ପ୍ରଧାନ ଓ କିଶନ କହ୍ନର ସହଯୋଗ କରିଥିଲେl ମୁଖ୍ୟ ଅତିଥି ଅନୁଷ୍ଠିତ ଦିବସର ଲକ୍ଷ୍ୟ ଓ ଉଦେଶ୍ୟ ବିଷୟରେ ଉପସ୍ଥିତ ଖେଳପ୍ରେମୀ ଭାଇ ଓ ଭଉଣୀମାନଙ୍କୁ ଅବଗତ କରିଥିଲେl ବିଭିନ୍ନ ପ୍ରତି ଯୋଗିତାରେ ବିଜୟୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ଟ୍ରଫି ଓ ପ୍ରଣାମ ପତ୍ର ପ୍ରଦାନ କରାଯାଇଥିଲା l ବୈଠକରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ସହ କର୍ମୀ ସତ୍ୟବାନ ଦଳବେହେରା ମୁଖ୍ୟ ଅତିଥି, ଅନ୍ୟାନ୍ୟ ଅତିଥି ଓ ଉପସ୍ଥିତ କ୍ରୀଡ଼ା ପ୍ରେମୀ ଭାଇ ଓ ଭଉଣୀ ମାନଙ୍କୁ ସ୍ୱାଗତ କରିଥିବା ବେଳେ ଆଶାରାମ ହସଦା ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେl

Leave A Reply

Your email address will not be published.