xmas

ବରଗଡ଼ ଧନୁଯାତ୍ରା ପାଇଁ କଳାକାର ଚୟନ ପ୍ରକ୍ରିୟା ଶୀଘ୍ର ଆରମ୍ଭ କରିବା ପାଇଁ ଉଠିଲା ଦାବି

ବରଗଡ଼ ― ଦୀର୍ଘ ଦୁଇବର୍ଷ ଧରି ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରା ବନ୍ଦ ହୋଇଥିବା ବେଲେକୁ ଏ ବର୍ଷ ଧନୁଯାତ୍ରାକୁ ଅଧିକ ଆକର୍ଷଣୀୟ ଓ ଶୃଙ୍ଖଳିତ କରିବା ପାଇଁ ଧନୁଯାତ୍ରା କଳାକାର ସଂଘ ୮ ଦଫା ସମ୍ବଲିତ ଦାବି ପତ୍ର ଧନୁଯାତ୍ରା ମହୋତ୍ସବ ପାଳନ ସମିତି ସଭାପତି ତଥା ବରଗଡ଼ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛି । ବରଗଡ଼ ଧନୁଯାତ୍ରା କଳାକାରଙ୍କ ପକ୍ଷରୁ ସଭାପତି ଦୟାନିଧି ପଧାନ ଓ ସମ୍ପାଦକ ଜଗଦାନନ୍ଦ ମିଶ୍ର, କଳାକାହ୍ନୁଙ୍କ ଉପସ୍ଥିତରେ ଏକ ବୈଠକ ଅନୁଷ୍ଠିତ ହୋଇ କଂସ କଳାକାରଙ୍କ ସମେତ ଧନୁଯାତ୍ରାର ସମସ୍ତ କଳାକାର ଦାବି ପତ୍ର ମାଧ୍ୟମରେ ଦାବି ଉପସ୍ଥାପନ କରିଛନ୍ତି । ଏଥିରେ ଏଥର ଧନୁଯାତ୍ରା ପାଇଁ କଳାକାର ଚୟନ ଯଥେଷ୍ଟ ସମୟ ପୂର୍ବରୁ କରାଯିବା ସହ ମୁଖ୍ୟ ଭୂମିକା କଂସଙ୍କ ତିନି ବର୍ଷିଆ ଅବଧି ଶେଷ ହେଉଥିବାରୁ ଶୀଘ୍ର କଂସ ଚୟନ ପ୍ରକ୍ରିୟା ଆରମ୍ଭ କରାଯାଉ ବୋଲି ଲିଖିତ ଦାବି ସହ ଅନ୍ୟ ସମସ୍ତ କଳାକାର ଚୟନ ସହ ମୁକ୍ତ ରଙ୍ଗମଞ୍ଚରେ ଅଭିନୟ କରିଥିବା କଳାକାରଙ୍କୁ ସୁଯୋଗ ସହ ଚୟନ ପ୍ରକ୍ରିୟା ଶୀଘ୍ର କରିବା ପ୍ରଭୃତି ୮ ଦଫା ଦାବିପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତରେ ବରଗଡ଼ ଏଡିଏମ ମିର୍ଧା ଟପୋଙ୍କୁ ପ୍ରଦାନ କରିଥିଲେ ।

Leave A Reply

Your email address will not be published.