xmas

ଓଡ଼ିଶାରେ ଅପପୃଷ୍ଟିରେ ଶିଶୁଙ୍କ ମୃତ୍ୟୁ କାହିଁକି ହେଉଛି ଜବାବ ଦିଅନ୍ତୁ ରାଜ୍ୟ ସରକାର: ଅନୀତା ଶୁଭଦର୍ଶୀନୀ ପଟ୍ଟନାୟକ

ରାଜ୍ୟର ୧୬ଜିଲ୍ଲାରେ ଶିଶୁ ଅପପୁଷ୍ଟିହାର ଜାତୀୟ ହାର ତୁଳନାରେ ମାତ୍ରାଧିକ କମ୍
ରାଜ୍ୟ ସରକାର ୨୨ବର୍ଷ ଶାସନରେ ରହି ମଧ୍ୟ ଅପପୁଷ୍ଟି ରୋକିବାରେ ବିଫଳ ହୋଇଛନ୍ତି

ଭୁବନେଶ୍ୱର, ତା.୨୯/୦୮: ଅପପୁଷ୍ଟି କମାଇବା ପାଇଁ ରାଜ୍ୟ ସରକାର ଭଳିକି ଭଳି ଯୋଜନା କରୁଛନ୍ତି ବୋଲି ଗଣମାଧ୍ୟମ ସାମ୍ନାରେ ଡିଣ୍ଡିମ ପିଟୁଛନ୍ତି କିନ୍ତୁ ଓଡ଼ିଶାର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା । ଗାଁ ଗାଁମାନଙ୍କରେ ଅଙ୍ଗନୱାଡି ଖୋଲି ରାଜ୍ୟ ସରକାର ଓଡ଼ିଶାର ମହିଳା ଓ ଶିଶୁଙ୍କୁ ଅପପୃଷ୍ଟିରୁ ବଂଚାଉଛନ୍ତି ବୋଲି କହୁଛନ୍ତି, କିନ୍ତୁ ବାସ୍ତବରେ ଶିଶୁମାନେ ଖାଦ୍ୟ ଅଭାବରୁ ଅପପୃଷ୍ଟି ରୋଗରେ ଶିକାର ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି । ରାଜ୍ୟ ସରକାର ସବୁ ଜାଣି ବି ନଜାଣିଲା ଭଳି ରହିବା ସହ ସାଧାରଣ ଲୋକଙ୍କ ଜୀବନ ସ୍ୱଚ୍ଛଳ କରୁଥିବା ମିଛ ପ୍ରଚାର କରୁଛନ୍ତି । ଯଦି ରାଜ୍ୟରେ ରାଜ୍ୟ ସରକାର ଖାଦ୍ୟ ଯୋଗାଇ ଦେଉଛନ୍ତି ତାହାଲେ ଓଡ଼ିଶାରେ ଲୋକଙ୍କର ଭୋକରେ କାହିଁକି ପ୍ରାଣଯାଉଛି ଓ ଅପପୁଷ୍ଟିରେ କାହିଁକି ଶିକାର ହୋଇ ଶିଶୁଙ୍କର ମୃତୁ୍ୟ ଘଟୁଛି ତାହାର ଜବାବ ରଖନ୍ତୁ ରାଜ୍ୟ ସରକାର ବୋଲି ଆଜି ରାଜ୍ୟ ଉପସଭାନେତ୍ରୀ ଶ୍ରୀମତୀ ଅନୀତା ଶୁଭଦର୍ଶୀନୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।

ଓଡ଼ିଶାରେ ୧୦୦ଶିଶୁରୁ ୩୦ଜଣ ଅପପୃଷ୍ଟିରେ ଶିକାର ହେଉଛନ୍ତି । ଓଡ଼ିଶା ଆଦିବାସି ଅଧୁ୍ୟଷିତ ଅଂଚଳରେ ଏହାର ମାତ୍ରା ଅଧିକ । ଦେଶରେ ୫ବର୍ଷ ବୟସର ୩୨ଶିଶୁ କୁପୋଷଣର ଶିକାର ହେଉଥିବାବେଳେ ଓଡ଼ିଶାରେ ଏହାର ପରିମାଣ ୨୯.୭%ରହିଛି । ରାଜ୍ୟର ୧୬ଜିଲ୍ଲା ଶିଶୁ ଅପପୁଷ୍ଟିହାର ଜାତୀୟ ହାର ତୁଳନାରେ ମାତ୍ରାଧିକ କମ୍ । ଆଦିବାସୀଙ୍କୁ ରାଜ୍ୟ ସରକାର ସୁବିଧା ଯୋଗାଇ ଦେଉଥିବା କହୁଛନ୍ତି, କିନ୍ତୁ ବାସ୍ତବରେ ଆଦିବାସୀ ଶିଶୁ ମାତ୍ରାଧିକ ଅପପୁଷ୍ଟିରେ ଆକ୍ରାନ୍ତ ହୋଇଛନ୍ତି ଯାହା ଓଡ଼ିଶାର ସଙ୍ଗୀନ ସ୍ଥିତିକୁ ବଖାଣୁଛି । ରାଜ୍ୟରେ ୫ବର୍ଷ ବୟସ ମଧ୍ୟରେ କମ୍ ଉଚ୍ଚତା ଥିବା ଶିଶୁ ୨୦୧୫-୧୬ରେ ୩୪.୧%, ୨୦୧୯-୨୦ରେ ୩% କମି ୩୧%ରହିଛି । ଉଚ୍ଚତା ତୁଳନାରେ କମ୍ ଓଜନ ଥିବା ଶିଶୁହାର ଗତ ୫ବର୍ଷ ଭିତରେ ୨୦୧୫-୧୬ରେ ୨୦.୪%, ୨୦୧୯-୨୦ରେ ୧୮.୧% ତଳକୁ ଖସିଛି । ଉଚ୍ଚତା ତୁଳନାରେ ଅତି କମ୍ ଓଜନ ଥିବା ଶିଶୁ ରାଜ୍ୟରେ ୫ବର୍ଷରେ ୬.୪% ଥିଲା କିନ୍ତୁ ୨୦୧୯-୨୦ବେଳକୁ ମାତ୍ର ୦.୩% କମି ୬.୧% ହୋଇଛି । ରାଜ୍ୟରେ ଶିଶୁ ରକ୍ତହୀନତା ସ୍ଥିତି ସାଙ୍ଗାତିକ । ୨୦୧୫-୧୬ରେ ରାଜ୍ୟରେ ୪୪% ଶିଶୁ ରକ୍ତହୀନତାର ଶିକାର ହୋଇଥିବାବେଳେ ୨୦୧୯-୨୦ରେ ୬୪.୨% ହୋଇଛି ।

ଅପପୃଷ୍ଟିରେ ନବରଙ୍ଗପୁର ଜିଲ୍ଲା ପ୍ରଥମରେ ରହିଛି । ଜିଲ୍ଲାରେ ୪୬.୬% ୫ବର୍ଷର କମ୍ ଶିଶୁ ଅପପୃଷ୍ଟିରେ ଶିକାର ହୋଇଛନ୍ତି । ଅପପୃଷ୍ଟି ଶିଶୁ ନବରଙ୍ଗପୁରରେ ୪୬.୬%, ମୟୂରଭଞ୍ଜ ୪୫.୯%, ମାଲକାନଗିରି ୪୧.୬%, ରାୟଗଡା ୩୯.୮%, ବୌଦ୍ଧ ୩୮.୬%, ନୂଆପଡା ୩୮%, ବଲାଭ୍ଗିର ୩୭.୬%, କେନ୍ଦୁଝର ୩୭.୧%, ସମ୍ବଲପୁର ୩୬.୩%, କନ୍ଧମାଳ ୩୫.୨%, ସୁନ୍ଦରଗଡା ୩୪.୭%, ସୁବର୍ଣ୍ଣପୁର ୩୪.୫%, ଗଜପତି ୩୪.୩%, ଦେବଗଡ୩୪.୩%, କଳାହାଣ୍ଡି ୨୨.୬%, କୋରାପୁଟ ୩୩.୫%, ଅନୁଗୁଳ ୩୦.୫%, ବରଗଡ ୩୦%, ଢ଼େଙ୍କାନାଳ ୩୦%, ଭଦ୍ରକ ୨୮.୯%, ଝାରସୁଗୁହା୨୬.୯%, ବାଲେଶ୍ୱର ୨୨.୬%, ଯାଜପୁର ୨୧.୮%, ନୟାଗଡ ୨୦.୨%, କଟକ ୧୮.୯%, ଗଞ୍ଜାମ ୧୮.୯%, କେନ୍ଦ୍ରାପଡ଼ା ୧୭.୯%, ଖୋର୍ଦ୍ଧା ୧୬.୯%, ପୁରୀ ୧୧.୩%, ଜଗତସିଂହପୁର ୧୧% ରହିଛି ।

ରାଜ୍ୟ ସରକାର ୨୨ବର୍ଷ ଶାସନରେ ରହିମଧ୍ୟ ଅପପୃଷ୍ଟି ରୋକିବାରେ ବିଫଳ ହୋଇଛନ୍ତି । ଆଦିବାସୀ ଓ ଗରିବ ଜନସାଧାରଣ ଟଙ୍କା ହରିଲୁଟ୍ କରି ରାଜ୍ୟ ସରକାର ମାଲେ ମାଲ ହେଉଥିବା ସ୍ଥଳେ ଓଡ଼ିଶାର ଶିଶୁ ଖାଇବାକୁ ନପାଇ ଅପପୁଷ୍ଟି ରୋଗରେ ଆକ୍ରାନ୍ତ ହେଉଛନ୍ତି ଯାହା ଓଡ଼ିଶା ପାଇଁ ଦୁର୍ଭାଗ୍ୟ ସଦୃଶ । ଆଜିର ଶିଶୁ କାଲିର ଭବିଷ୍ୟତ କିନ୍ତୁ ରାଜ୍ୟ ସରକାର ଶିଶୁଙ୍କ ପ୍ରତି କାହିଁକି ଏତେ ଅବହେଳା କରୁଛନ୍ତି ବୋଲି ଜବାବ ରଖିବାକୁ ଶ୍ରୀମତୀ ପଟ୍ଟନାୟକ ଦାବି କରିଛନ୍ତି । ରାଜ୍ୟ ସରକାର ଆଦିବାସୀ ଓ ଗରିବ ଲୋକଙ୍କ ଭୋଟରେ ଜିତିବା ପରେ ସେମାନଙ୍କ ଲାଗି କୌଣସି ବ୍ୟବସ୍ଥା ନକରି ତାଙ୍କୁ ଧ୍ୱଂସଆଡକୁ ଠେଲି ଦେଉଛି ଯାହା ସୁସ୍ଥ ଗଣତନ୍ତ୍ର ପ୍ରତି ବିପଦ ବୋଲି ଶ୍ରୀମତି ପଟ୍ଟନାୟକ କହିଛନ୍ତି ।

Leave A Reply

Your email address will not be published.