xmas

ବିଚାରଧୀନ କଏଦୀର ଜେଲରେ ମୃତ୍ୟୁ

ମାଲକାନଗିରି,୨୯/୮ ମାଲକାନଗିରି ସ୍ଥିତ ଜିଲ୍ଲା ଉପକାରାଗାରରେ ଆଜି ଜଣେ ବିଚାରଧୀନ କଏଦୀର ମୃତ୍ୟୁ ହୋଇଯାଇଛି। କଏଦୀ ଜଣକ ହେଲେ ମୋଟୁ ଥାନା ଅନ୍ତର୍ଗତ ସାଇଲୁର ଗ୍ରାମର କୃଷ୍ଣ ପୂଜାରୀ(୪୭)। ସେ ହତ୍ୟା କେଶରେ ଗତ ୨୦୨୦ ମସିହା ଅଗଷ୍ଟ ୬ ତାରିଖରୁ ଜେଲ ଭୋଗୁଥିଲେ। ତାଙ୍କୁ ଫିଡସ୍ ରୋଗ ଥିବା ପୁଲିସ ପକ୍ଷରୁ କୁହାଯାଇଛି। ଗତକାଲି ରାତିରେ ତାଂକର ସ୍ବାସ୍ଥ୍ୟ ଖରାପ ହୋଇଥିଲା। ପରେ ତାଂକୁ ଦେଖାଶୁଣା କରାଯାଇଥିଲା। ସେ ଠିକ ଥିବା କହି ରାତିରେ ଶୋଇପଡିଲେ।କିନ୍ତ ସକାଳୁ ସେ ନଉଠିବାରୁ ସାଥୀମାନେ ତାଙ୍କୁ ଉଠାଇଥିଲେ। ତୁରନ୍ତ ଜେଲ କର୍ତ୍ତୃପକ୍ଷ ତାଙ୍କୁ ମାଲକାନଗିରି ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏନେଇ ମାଲକାନଗିରି ପୁଲିସକୁ ଖବର ଦେବା ପରେ କଏଦୀର ଶବ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଆଇଆଇସି ରିଗାନ କିଣ୍ଡୋ ପ୍ରକାଶ କରିଛନ୍ତି। ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ଜଣାପଡିନଥିବା ବେଳେ ତଦନ୍ତ ପରେ ହିଁ ସଠିକ ରିପୋର୍ଟ ବାହାରିବ ବୋଲି ପୁଲିସ କହିଛି।

Leave A Reply

Your email address will not be published.