xmas

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୭ ବର୍ଷ ଜେଲ

ଫୁଲବାଣୀ – ୨୯/୦୮ ସୋମବାର ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପକସୋ କୋର୍ଟ ବିଚାରପତି ସଂଜିତ କୁମାର ବେହେରା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଅଞ୍ଚଳର ଏକ ନାବାଳିକାକୁ ଦୁଷ୍କର୍ମ ମାମଲାର ସାକ୍ଷ୍ୟ ପ୍ରମାଣ, ଡାକ୍ତରୀ ରିପୋର୍ଟ ଓ ପୀଡିତା ବୟାନ କୁ ଭିତି କରି ଅଭିଯୁକ୍ତ କୁଶ ପରିଛା କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ଓ ଦଶ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି ଜରିମlନା ଅନାଦେୟ ଆଉ ଅଧିକ ଛମାସ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟ ପ୍ରକାଶ କରିଛନ୍ତି l ସୂଚନା ଯୋଗ୍ୟ ଯେ ଅଭିଯୁକ୍ତ କୁଶ ଗତ ୧ ୬ ଅକ୍ଟୋବର ୧ ୭ରେ ନାବାଳିକା ଏକା ଘରେ ଥିବା ବେଳେ ଘରେ ପଶି ଯୋର ଜବରଦସ୍ତ ଦୁଷ୍କର୍ମ କରିଥିଲା l ନାବାଳିକାର କାନ୍ଦ ଶୁଣି ଘର ପାଖ ଜଙ୍ଗଲରେ ପତ୍ର ତୋଳୁ ଥିବା ବେଳେ କାନ୍ଦ ଶୁଣି ଦଉଡି ଆସିଥିଲେ l ପୀଡିତା ର ବୟାନ ଶୁଣିବା ପରେ ଦାରିଙ୍ଗବାଡି ଥାନାରେ ଏତଲା ଦେଇଥିଲେ l ଏ ନେଇ ଦାରିଙ୍ଗବାଡି ଥାନାରେ ୯ ୯ /୧୬ ରେ ମାମଲା ରୁଜୁ କରିଥିଲେ l ଏହି ମାମଲାର ବିଚାର କରି ବିଚାରପତି ଏହି ରାୟ ଶୁଣାଇଛନ୍ତି ସରକାରଙ୍କ ପକ୍ଷରୁ ଆଇନଜୀବୀ ଅସୀମ ପ୍ରହରାଜ ମକଦମା ଲଢୁଥିଲେ l

Leave A Reply

Your email address will not be published.