xmas

କନ୍ଧମାଳ ଫଟୋ ଷ୍ଟୁଡିଓ ମାଲିକ ସଂଘ କର୍ମକର୍ତା ନିର୍ବାଚନ

ଫୁଲବାଣୀ -୨୯/୦୮ କନ୍ଧମାଳ ଜିଲ୍ଲା ଫୋଟ ଷ୍ଟୁଡିଓ ମାଲିକ ସଂଘର ନୂତନ କର୍ମକର୍ତା ନିର୍ବାଚନ ସ୍ଥାନୀୟ ସଭା ଗୃହଠାରେ ରବିବାର ଅନୁଷ୍ଠିତ ହୋଇଥିଲା l ସମସ୍ତ ସଦସ୍ୟ ସର୍ବସମ୍ମତି କ୍ରମେ ସଭାପତି ଭାବେ ବସନ୍ତ କୁମାର ସାହୁଙ୍କୁ ମନୋନୀତ କରିବା ସହିତ ଉପସଭପତି ଗୋପାଳ ପାତ୍ର ,ସମ୍ପାଦକ ଭାବେ ଶଙ୍କର ବାଘ , କୋଷାଧ୍ୟକ୍ଷ ଭାବେ ବିଷ୍ଣୁ ସାହୁ ଏବଂ ବୁଲୁ ଭାଇଙ୍କୁ ମନୋନୀତ ସେହିପରି ଉପଦେଷ୍ଟା ଭାବେ ଅଖିଳ ସେନାପତି, ପବିତ୍ର ସାହୁ, ପ୍ରଶାନ୍ତ କୁମାର ପଣ୍ଡା, ଶଶିଭୂଷଣ ଜେନା, ସୁଧୀର ବେହେରା, ଓ ପ୍ରାଣ ବନ୍ଧୁ ବିଶୋଇଙ୍କୁ ମନୋନୀତ କରାଯାଇଥିଲା l ଏହି ଅବସରରେ ଏକ ବନ୍ଧୁମିଳନ ର ଆୟୋଜନ କରାଯାଇଥିଲା l ଏହି ସଂଘ ସଦସ୍ୟ ମାନଙ୍କ ବ୍ୟବସାୟକ ସ୍ୱାର୍ଥ ରକ୍ଷା ଦିଗରେ କାର୍ଯ୍ୟ କରିବ ବୋଲି ସଭାପତି ବସନ୍ତ କୁମାର ସାହୁ କହିଛନ୍ତି l

Leave A Reply

Your email address will not be published.