xmas

ଅମିୟଙ୍କ କୀର୍ତ୍ତିମାନ ଭାଙ୍ଗିଲେ ଅମ୍ଳାନ

ଭୁବନେଶ୍ବର: କିଟ୍ ଛାତ୍ର ଅମ୍ଳାନ ବର୍ଗୋହାଁ ଦେଶର ନୂଆ ଦ୍ରୁତତମ ଧାବକ ହୋଇଛନ୍ତି। ଏହିକ୍ରମରେ ସେ ଆଉ ଜଣେ କିଟ୍ ଛାତ୍ର ତଥା ଓଡ଼ିଆ ତାରକା ଅମିୟ ମଲ୍ଲିକଙ୍କୁ ଟପିଛନ୍ତି। ଅମିୟ ନିଜ ପ୍ରିୟ ୧୦୦ ମିଟର ଦୌଡ଼କୁ ୧୦.୨୬ ସେକେଣ୍ଡରେ ଶେଷ କରି ଜାତୀୟ କୀର୍ତ୍ତିମାନ ସ୍ଥାପନ କରିଥିଲେ। ଅମ୍ଳାନ ଗୋଟିଏ ସେକେଣ୍ଡର ୧୦୦ ଭାଗରୁ ଭାଗେ ସମୟ କମ୍ ନେଇ ନୂଆ ଜାତୀୟ କୀର୍ତ୍ତିମାନଧାରୀ ହେବାର ଗୌରବ ଅର୍ଜନ କରିଛନ୍ତି। ଉତ୍ତରପ୍ରଦେଶର ରାଏ ବରେଲିଠାରେ ଆୟୋଜିତ ସର୍ବଭାରତୀୟ ଅନ୍ତଃ ରେଳବାଇ ଦୌଡ଼କୁଦ ପ୍ରତିଯୋଗିତାରେ ଏଭଳି ଅନନ୍ୟ ସଫଳତା ଲାଭ କରିଛନ୍ତି ସେ। ତେବେ ଅମ୍ଳାନଙ୍କ ଟାଇମିଂକୁ ଆନୁଷ୍ଠାନିକ ଭାବେ ଲିପିବଦ୍ଧ କରିବା ପୂର୍ବରୁ ‌ଫଟୋ ଫିନିସ୍ ରିପୋର୍ଟ, ପବନର ଗତି, ଡୋପ୍ ‌ପରୀକ୍ଷଣ ରିପୋର୍ଟ ଆଦିର ତର୍ଜମା କରାଯିବ ବୋଲି ଭାରତୀୟ ଦୌଡ଼କୁଦ ମହାସଂଘ ବୈଷୟିକ ସମିତି ମୁଖ୍ୟ ଷ୍ଟାନଲି ଜୋନ୍ସ କହିଛନ୍ତି। ଆସାମର ଏହି ୨୪ ବର୍ଷୀୟ ଧାବକ ସଂପ୍ରତି କଳିଙ୍ଗ ଷ୍ଟାଡିୟମ୍‌ସ୍ଥିତ ରିଲାଏନ୍ସ ଦୌଡ଼କୁଦ ଏଚ୍‌ପିସିରେ ପ୍ରଶିକ୍ଷଣ ନେଉଛନ୍ତି। ଏହା ପୂର୍ବରୁ ଅମ୍ଳାନ ମଧ୍ୟ ୨୦୦ ମିଟରରେ ଜାତୀୟ କୀର୍ତ୍ତିମାନ ସ୍ଥାପନ କରିଥିଲେ।

Leave A Reply

Your email address will not be published.