xmas

ମୁନିଗୁଡା -ଖୋର୍ଦ୍ଧା ନୂତନ ରେଳ ଲାଇନ କରିବାକୁ ପୂର୍ବତନ ବିଧାୟକଙ୍କ ଦାବି

ଫୁଲବାଣୀ -୩୦/୦୮ ରାୟଗଡା ଜିଲ୍ଲା ମୁନିଗୁଡାରୁ ଖୋର୍ଦ୍ଧା ଭାୟା କୋଟଗଡ଼, ତୁମୁଡିବନ୍ଧ ବାଲିଗୁଡା, କ. ନୂଆଗାଁ ଦେଇ ଫୁଲବାଣୀ ଦେଇ ଏକ ନୂତନ ରେଳପଥ ନିର୍ମାଣ କରାଗଲେ କନ୍ଧମାଳ ଜିଲାକୁ ରେଳସଂଯୋଗ ହେବାସହ ଲୋକଙ୍କ ଆର୍ଥିକ ଓ ସାମାଜିକ ବିକାଶ ସମ୍ବବ ହୋଇପାରିବ ବୋଲି ମତ ବ୍ୟକ୍ତ କରି ପୂର୍ବତନ ବାଲିଗୁଡା ବିଜେପି ବିଧାୟକ କରେନ୍ଦ୍ର ମାଝୀ ରେଳ ମନ୍ତ୍ରୀ ଅଶ୍ଵିନ ବୈଷ୍ଣବଙ୍କୁ ଦିଲ୍ଲୀରେ ଭେଟି ଦାବି କରିଛନ୍ତି l ଏ ନେଇ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି ପୂର୍ବତନ ବିଧାୟକ ମାଝି l ରେଳ ମନ୍ତ୍ରୀ ଅଶ୍ଵିନ ବୈଷ୍ଣବ ଏହା ପ୍ରଥମ ପ୍ରସ୍ତାବ ବୋଲି କହିବା ସହ ଇଷ୍ଟ କୋଷ୍ଟ ରେଳ ମ୍ୟାପ ବାହାର କରି ଦେଖିବାସହ ୟା ଉପରେ ବିଚାର କରାଯିବ ବୋଲିମନ୍ତ୍ରୀ କହିଥିଲେ ବୋଲି ମାଝୀ କହିଛନ୍ତି l ସେହିପରି କନ୍ଧମାଳ ଜିଲାର ବିଭିନ୍ନ ଦୁର୍ଗମ ସ୍ଥାନରେ ମୋବାଇଲ ଟାୱାର ପ୍ରତିଷ୍ଠା କରାଯାଉଛି ଓ ଅତିଶୀଘ୍ର କାର୍ଯ୍ୟ ସରିବ ବୋଲି ମନ୍ତ୍ରୀ ସୂଚନା ଦେବା କଥା ପୂର୍ବତନ ବିଧାୟକ ମାଝୀ କହିଛନ୍ତି l ସେହିପରି ଓଡିଶାରେ ୫ଜି ଲାଗୁ ହେବ ବୋଲି ମନ୍ତ୍ରୀ ବୈଷ୍ଣବ କହିଛନ୍ତି l

Leave A Reply

Your email address will not be published.