xmas

ମଣିଷଙ୍କ ପାଇଁ ଲଢେଇ କରିବାର ଏକ ଅଦମ୍ୟ ଜିଦ୍ ର ଅଧିକାରୀ ଥିଲେ ଇ. ଦେବବ୍ରତ ମିଶ୍ର

ବରଗଡ: ବରଗଡ ଆଜି ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲରେ ଅନୁଷ୍ଠିତ ନାଗରିକ ଶ୍ରଦ୍ଧାଞ୍ଜଳୀ ସଭାରେ ଉପସ୍ଥିତ ବକ୍ତା ମାନେ ଆଇନଜୀବୀ କିରଣ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଉପସ୍ଥିତ ବକ୍ତା ମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି କହିଥିଲେ ଯେ ମଣିଷ ଭିତରେ ମତ ପାର୍ଥକ୍ୟ ରହିବା ଠିକ୍ କିନ୍ତୁ ଜଣେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଭାବି ନେଉଥିଲେ ସେ ଜିଦ୍ ଧରି ସେହି ଲୋକକୁ ସାହାଯ୍ୟ କରିବା ପାଇଁ କାର୍ଯ୍ୟରେ ଆଗେଇ ଯାଉଥିଲେ। ସ୍ବର୍ଗତ ମିଶ୍ର ନିଜର ଅନ୍ତରାତ୍ମାର ଆବଜ୍ ର ଅନ୍ତଃସ୍ରୋତରେ ଏଭଳି ଭାବରେ ପ୍ରେରିତ ହୋଇ କାର୍ଯ୍ୟ କରିଥିଲେ ଯେ ତାଙ୍କର ଏକ ସ୍ବତନ୍ତ୍ର ଅନୁଗାମୀ ଯୁବକ ସମାଜରେ ଆଗକୁ ଆସି ସାମାଜିକ କାର୍ଯ୍ୟରେ ସାମିଲ ହୋଇଥିଲେ ଯାହାହିଁ ତାଙ୍କୁ ସମାଜରେ ସବୁଦିନ ପରିଚିତ କରି ରଖିବ ।ସମସ୍ତ ବକ୍ତା ସ୍ଵର୍ଗତ ମିଶ୍ରଙ୍କୁ ସାମାଜିକ, ସାଂସ୍କୃତିକ, ରାଜନୈତିକ କାର୍ଯ୍ୟଧାରାରେ ଜଣେ ବିଚକ୍ଷଣ ବ୍ୟକ୍ତିତ୍ଵ ଥିଲେ ବୋଲି ଏକ ସ୍ଵରରେ କହିଥିଲେ। ସଭାରେ ମଞ୍ଚ ଉପରେ ସଭାପତି ମଣ୍ଡଳୀ ପୁର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ,ବିଧାୟକ ଦେବେଶ ଆଚାର୍ଯ୍ୟ, ନଗରପାଳ ଶ୍ରୀମତୀ କଳ୍ପନା ମାଝୀ, ସାମ୍ୱାଦିକ ପ୍ରସନ୍ନ ମିଶ୍ର,ଆପ ର ସଂଯୋଜକ ଭବାନୀ ସାହୁ, ପୁର୍ବତନ ବିଧାୟକ ନିହାର ରଞ୍ଜନ ମହାନନ୍ଦ, ବିଜେପି ନେତା ସୁରେଶ୍ଵର ଶତପଥୀ, ପୂରନ ଶର୍ମା, ଜିଲ୍ଲା ଓକିଲ ସଂଘ ସମ୍ପାଦକ ହରିହର ପ୍ରଧାନ,ବରିଷ୍ଠ ନାଗରିକ ସଂଘ ରୁ କେଦାର ମିଶ୍ର, ବିଜେପି ନେତା ସୁଶାନ୍ତ ମିଶ୍ର ପ୍ରମୁଖ ସଭା ପରିଚାଳନା କରିବା ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଶ୍ରଦ୍ଧାଞ୍ଜଳି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ସାମ୍ବାଦିକ ରକ୍ଷାକରି ବିଶି, ଚାଷୀ ନେତା ରମେଶ ମହାପାତ୍ର,ଅଜିତ ପତି,ସଂକଳ୍ପ ପରିବାରର ବିକାଶ ଅଗ୍ରୱାଲ,ପ୍ରିତମ ସିଂ, ତ୍ୟାଗର ସଭାପତି ଦୁର୍ଗା ପାଢ଼ୀ, ଡି. ନାଗେଶ୍ଵର ରାଓ, ଉନି ନାୟାର, ଯଶବିର ସିଂ, କିଶୋର ଦେବତା, ହରଦୀପ ସିଂ, ପ୍ରଦ୍ୟୁମ୍ନ ତ୍ରିପାଠୀ, ଯୋଗେଶ ଜୋଜୋ, ଉର୍କୁଲୁ ତାଣ୍ଡି, ଡ. ରାଜେଶ ତ୍ରିପାଠୀ, ସୁଜାତା ସାହୁ, ଡି. ମୂରଲୀ କ୍ରିଷ୍ଣା, ଗୋପ ସାହୁ, ରୋହିତ ଦାଶ, ମହମ୍ମଦ ଇଲିଆସ, ନାରାୟଣ ପଣ୍ଡା, ସମର ଭଟ୍ଟାଚାର୍ଯ୍ୟ, ଅଭିଜିତ ପ୍ରତିହାର, ସେକ ଅଜଗର, ନୀରଜ ପୋଢ଼, ସୁଖୱନ୍ତ ସିଂ, କିଶୋର ଅଗ୍ରୱାଲ, ବିର୍ବଲ ମହାକୁର, ନବ ମହତ୍ତମ, ଅଶ୍ୱିନୀ ତ୍ରିପାଠୀ, ରାଜେଶ ପଟ୍ଟନାୟକ, ଭାଗିରଥି ଭେଶ୍ର, ପ୍ରଫୁଲ୍ଲ ଭୋଇ, ଉମେଶ ବେହେରା, ରାଜିନ ପ୍ରଧାନ, ସୁରେନ୍ ସୁନା, ସୂର୍ଯ୍ୟକାନ୍ତ ଗର୍ତିଆ,ସୁଶାନ୍ତ ପ୍ରଧାନ, ଗଣେଶ ବେହେରା, ନରେନ୍ଦ୍ର ନାୟକ, ଦୀନବନ୍ଧୁ ନାଗ, ବିଦ୍ୟାଧର ବାରିକ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଏହି ଶ୍ରଦ୍ଧାଞ୍ଜଳୀ ସଭାକୁ ସାମ୍ବାଦିକ ବୀରେନ ପ୍ରଧାନ, ଦୀପକ ଶର୍ମା, ରବି ପଣ୍ଡା, ଆଇନଜୀବୀ ନିପନ୍ ଦାଶ, ସେକ ନଜିମୁଦ୍ଦିନ, ରାକେଶ ନାୟକ, ସେକ ନସିମୁଦ୍ଦିନ, ଜୟନ୍ତ ଷଣ୍ଢ, ସରୋଜ ମହାପାତ୍ର, ସୁଶାନ୍ତ ଦାଶ, ଆନନ୍ଦ ପ୍ରଧାନ, ମୁଗଧା ଦାଶ ପ୍ରମୁଖ ପରିଚାଳନା କରିବାରେ ସହଯୋଗ କରିଥିଲେ।

Leave A Reply

Your email address will not be published.