xmas

ଅସଦାଚରଣ ମାମଲାରେ ଓଡ଼ିଶା ଆଗରେ, ନିର୍ଯାତନା ମାମଲା ବି ବଢ଼ିଚାଲିଛି

ଭୁବନେଶ୍ୱର: ଓଡ଼ିଶାରେ ବଢ଼ିଚାଲିଛି ମହିଳାଙ୍କ ଉପରେ ନିର୍ଯାତନା ମାମଲା। ଗତବର୍ଷ ତୁଳନାରେ ମହିଳାଙ୍କ କ୍ଷେତ୍ରରେ ସଂଘଟିତ ଅପରାଧିକ ମାମଲା ରାଜ୍ୟରେ ବଢ଼ିବାରେ ଲାଗିଛି। ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ-୨୦୨୧ ରିପୋର୍ଟରେ ପ୍ରକାଶ ପାଇଛି ସାଂଘାତିକ ତଥ୍ୟ । ମହିଳାଙ୍କ ଉପରେ ନିର୍ଯାତନା ସହ ଅସଦାଚରଣ, ଦୁଷ୍କର୍ମ ଆଦି ମାମଲାରେ ଓଡ଼ିଶାର ସ୍ଥିତି ଚିନ୍ତାଜନକ ରହିଛି।

ମହିଳାଙ୍କ ପ୍ରତି ହେଉଥିବା ଅସଦାଚରଣରେ ଓଡ଼ିଶା ପ୍ରଥମରେ ରହିଛି । ମହିଳାଙ୍କ ଉପରେ ହେଉଥିବା ଅପରାଧରେ ଓଡ଼ିଶା ୩ ନମ୍ବରରେ ଥିବା ବେଳେ ସେମାନଙ୍କ ଉପରେ ହେଉଥିବା ନିର୍ଯାତନାରେ ଦେଶର ଟପ୍ -୫ ରାଜ୍ୟ ମଧ୍ୟରେ ରହିଛି ଓଡ଼ିଶା । ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ-୨୦୨୧ ରିପୋର୍ଟରେ ଏପରି ଉଦ୍‌ବେଗଜନକ ତଥ୍ୟ ପ୍ରକାଶ ପାଇଛି।

ଓଡ଼ିଶାରେ ୨୦୨୦ ବର୍ଷ ତୁଳନାରେ ୨୦୨୧ରେ ମହିଳାଙ୍କ କ୍ଷେତ୍ରରେ ଅପରାଧ ବୃଦ୍ଧି ପାଇଛି । ଏନସିଆରବି ତଥ୍ୟ ଅନୁସାରେ, ରାଜ୍ୟରେ ମୋଟ ୧୪,୮୫୩ଟି ନିର୍ଯାତନା ମାମଲା ରୁଜୁ ହୋଇଛି । ସେହପରି ଦୁଷ୍କର୍ମ, ଅପହରଣ ଏବଂ ସ୍ୱାମୀ ଉତ୍ପୀଡ଼ନ ଭଳି ମାମଲା ବୃଦ୍ଧି ପାଇଛି । ଏହି ଭଳି ରାଜ୍ୟରେ ୪, ୮୮୯ ମାମଲା ରହିଛି । ୧୪, ୮୯୧ଟି ଅସଦାଚରଣ ମାମଲା ରହିଛି ।

୨୦୨୧ରେ ରାଜ୍ୟରେ ମୋଟ ୩୧ ହଜାର ୩୫୨ଟି ମହିଳା ନିର୍ଯାତନା ମାମଲା ରୁଜୁ ହୋଇଛି । ୧୫୧ଟି ଦୁଷ୍କର୍ମ ଉଦ୍ୟମ, ୮୩୮ଟି ମହିଳା ନିର୍ଯାତନା, ୧୪୫୬ଟି ଦୁଷ୍କର୍ମ, ୧୨ଟି ଦୁଷ୍କର୍ମ ସହ ହତ୍ୟା, ୫୬୫ଟି ସାଇବର କ୍ରାଇମ ମାମଲା ରହିଛି । ୫,୧୭୫ଟି ଅପହରଣ ମାମଲା ରୁଜୁ ହୋଇଛି । ୨୯୩ଟି ଯୌତୁକଜନିତ ହତ୍ୟା ମାମଲା ସହ ଓଡ଼ିଶା ଦେଶର ଷଷ୍ଠ ସ୍ଥାନରେ ରହିଛି । ଆତ୍ମହତ୍ୟା ପାଇଁ ଉସୁକାଇବା ନେଇ ୨୭ଟି ମାମଲା ରୁଜୁ ହୋଇଛି। ୩ ଜଣ ଏସିଡ୍ ଆକ୍ରମଣର ଶିକାର ରହିଛନ୍ତି । ରାଜ୍ୟରେ ମହିଳାଙ୍କ କ୍ଷେତ୍ରରେ ଅପରାଧ ୧ ଲକ୍ଷ ଜନସଂଖ୍ୟାରେ ୧୩୭. ୮ରୁ ବଢ଼ି ୧୧୨. ୯ରେ ପହଞ୍ଚିଛି।


Leave A Reply

Your email address will not be published.