xmas

ବନ୍ୟା ଉଜାଡିଲା ୧.୨୦ ଲକ୍ଷ ହେକ୍ଟର

ଭୁବନେଶ୍ବର: ଚଳିତ ବର୍ଷ ବର୍ଷା ଏବଂ ବନ୍ୟା ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇପଡିଛି । ଅନେକ ଗାଁ ଓ ଘର ଦ୍ବାର ପ୍ରଭାବିତ ହୋଇଛି । ତେବେ ଏହାରି ମଧ୍ୟରେ l ବନ୍ୟା କ୍ଷୟକ୍ଷତି ରିପୋର୍ଟ ସାମ୍ନାକୁ ଆସିଛି । ଏଥର ବନ୍ୟା ପୂରାପୂରି ଭାବେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ଜାଣିବାକୁ ମିଳିଛି ଯେ ଚଳିତ ବନ୍ୟାରେ ୧ ଲକ୍ଷ ୨୦ ହଜାର ହେକ୍ଟର ଚାଷ ଜମି ନଷ୍ଟ ହୋଇଯାଇଛି। ବନ୍ୟା ଓ ବର୍ଷାରେ ରାଜ୍ୟର ୨୪ଟି ଜିଲ୍ଲାର ଚାଷୀ ପ୍ରଭାବିତ ହୋଇଛନ୍ତି। ୧୦ଟି ଜିଲ୍ଲାର ଚାଷୀଙ୍କର ଅଧିକ କ୍ଷୟକ୍ଷତି ହୋଇଛି। ଜଗତସିଂହପୁର, କେନ୍ଦ୍ରାପଡା ଓ ପୁରୀ ଜିଲ୍ଲାରେ ଅଧିକ ଚାଷ ଜମି କ୍ଷତି ହୋଇଥିବା ସୂଚନା ରହିଛି। ଜଗତସିଂହପୁରରେ ସର୍ବାଧିକ ୨ ହଜାର ୪୨୦ ହେକ୍ଟର ଚାଷ ଜମି ବନ୍ୟାରେ କ୍ଷତି ହୋଇଥିବା ବେଳେ ଗତକାଲି କୃଷି ମନ୍ତ୍ରୀ ଚାଷୀଙ୍କ କ୍ଷୟକ୍ଷତି ନେଇ ସମୀକ୍ଷା କରିଥିଲେ।

କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବନ୍ୟା କ୍ଷତିଗ୍ରସ୍ତ ଜିଲ୍ଲାକୁ ଯଥାଶୀଘ୍ର ସଅଳ କିସମ ବିହନ, ସେପ୍ଟେମ୍ବର ସୁଦ୍ଧା ଡାଲିଜାତୀୟ, ଚିନାବାଦାମ ବିହନ ଯୋଗାଇବା ପାଇଁ ବିହନ ନିଗମର ପରିଚାଳନା ନିର୍ଦେଶକଙ୍କୁ ନିର୍ଦେଶ ଦେଇଛନ୍ତି।

ଖରିଫ ଫସଲ ଏବଂ ପ୍ରାଣୀଧନ ଓ ମତ୍ସ୍ୟ ସମ୍ପଦର ବନ୍ୟା ଓ ବର୍ଷା ଜନିତ କ୍ଷୟକ୍ଷତିର ସମୀକ୍ଷା ବେଳେ ଏହା କୁହାଯାଇଛି। ଏଥିରେ ହାଇବ୍ରିଡ ପରିବା, ଫୁଲକୋବି, ବନ୍ଧାକୋବି ବିହନ ଯୋଗାଇ ଦିଆଯିବା ନେଇ ଗୁରୁତ୍ବ ଦେଇଥିଲେ। କ୍ଷତିଗ୍ରସ୍ତ ଚାଷୀଙ୍କୁ ଖୁବ ଶୀଘ୍ର ଫସଲ ବୀମା ଯୋଗାଇବା ପାଇଁ ସମ୍ପୃକ୍ତ କମ୍ପାନିମାନଙ୍କ ସହିତ ଆଲୋଚନା ଲାଗି ଅଧିକାରୀଙ୍କୁ କୁହାଯାଇଥିଲା।

Leave A Reply

Your email address will not be published.