xmas

ଶାଶୂ ଘର ଛାଡିବେ ବର୍ଷା ପ୍ରିୟଦର୍ଶନୀ

କଟକ: ଶାଶୂ ଘର ଛାଡିବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ । ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାର ବିଚାର କରି କଟକ ଅତରିକ୍ତ ଜିଲ୍ଲା ଦୌରାଜଜ୍ ଏହି ରାୟ ଦେଇଛନ୍ତି। ଶାଶୂଘର ଛାଡିବାକୁ ବର୍ଷାଙ୍କୁ ପୂର୍ବରୁ ଏସଡିଜେଏମ କୋର୍ଟ ନିର୍ଦେଶ ଦେଇଥିଲେ। ଏସଡିଜେଏମଙ୍କ ରାୟକୁ ଚ୍ୟାଲେଞ୍ଜ କରି ଜିଲା କୋର୍ଟରେ ଆବେଦନ କରିଥିଲେ ବର୍ଷା। କଟକ ଅତିରିକ୍ତ ଦୌରାଜଜ୍ ଏହାର ଶୁଣାଣୀ କରି ଏସଡିଜେଏମଙ୍କ ରାୟଙ୍କୁ କାଏମ ରଖିଛନ୍ତି। ଫଳରେ ବର୍ତ୍ତମାନ ବର୍ଷା ପ୍ରିୟଦର୍ଶନୀଙ୍କୁ ଶାଶୂଘର ଛାଡିବାକୁ ପଡ଼ିବ।

ସୂଚନାଯୋଗ୍ୟ ଯେ, ବର୍ଷା ପ୍ରିୟଦର୍ଶିନୀ କଟକ ସ୍ଥିତ ନିଜ ଶାଶୁ ଘର ଛାଡ଼ିବା ଲାଗି ଗତ ୨ ତାରିଖରେ ଏସଡିଜେଏମ୍ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ଘର ଭଡା ବାବଦକୁ ମାସିକ ୩୦ ହଜାର ଟଙ୍କା ଦେବାକୁ ଅନୁଭବଙ୍କୁ ନିର୍ଦେଶ ହୋଇଥିଲା । ଉକ୍ତ ନିର୍ଦ୍ଦେଶର ୨୪ ଘଣ୍ଟା ଭିତରେ ଅନୁଭବ ବର୍ଷାଙ୍କ ଆକାଉଣ୍ଟରେ ୩୦ ହଜାର ଟଙ୍କା ଜମା କରିବା ସହ କୋର୍ଟରେ ଏହାର ରସିଦ ଦାଖଲ କରିଥିଲେ । ଶାଶୁ ଘର ଛାଡ଼ିବାକୁ କଟକ ଏସଡିଜେଏମ୍ ଅଦାଲତ ଯେଉଁ ନିର୍ଦେଶ ଦେଇଥିଲେ ତାହାକୁ ଚ୍ୟାଲେଞ୍ଜ କରି କଟକ ଜିଲା ଦୌରାଜଜ୍‌ଙ୍କ ନିକଟରେ ବର୍ଷା ପିଟିସନ ଦାୟର କରିଥିଲେ। କଟକ ଜିଲ୍ଲା ଦୌରାଜଜ୍ ଉକ୍ତ ରାୟ ଉପରେ ସେତେବେଳେ ରହିତାଦେଶ ଜାରି କରିଥିଲେ। ଫଳରେ ଅନୁଭବଙ୍କ ଘରେ ବର୍ଷା ରହିଥିଲେ। ମଙ୍ଗଳବାର କଟକ ଅତିରିକ୍ତ ଦୌରାଜଜ୍ ଏହାର ଶୁଣାଣୀ କରି ଏସଡିଜେଏମଙ୍କ ରାୟଙ୍କୁ କାଏମ ରଖିବା ସହ ବର୍ଷାଙ୍କୁ ଶାଶୂ ଘର ଛାଡିବା ପାଇଁ ରାୟ ଦେଇଛନ୍ତି।

Leave A Reply

Your email address will not be published.