ଅଜଣା ସାପ କାମୁଡାରେ ଜଣକର ମୃତ୍ୟୁ

ମାଲକାନଗିରି,୩୦/୮ ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ପଦ୍ମଗିରି ପଞ୍ଚାୟତର ଯଦୁଗୁଡା ଠାରେ ଅଜଣା ସାପ କାମୁଡାରେ ଜଣକର ମୃତ୍ୟୁ ହୋଇଯାଇଛି।ସୂଚନା ଅନୁଯାୟୀ ଯଦୁଗୁଡା ଗ୍ରାମର ଅମୁ କୁରାମୀ(୪୦) ଗତକାଲି ଗାଇ ଚରାଇବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ସେଠାରେ ଗାଈ ଚରାଉଥିବା ବେଳେ କୌଣସି ବିଷଧର ସାପ ତାଙ୍କର ଗୋଡକୁ କାମୁଡି ଦେଇଥିଲା। ତେବେ ସେ ଏହାକୁ ଜାଣିପାରିନଥିଲେ। ତେବେ ଘରକୁ ଫେରିବା ପରେ ତାଙ୍କର ସ୍ବାସ୍ଥ୍ୟ ଖରାପ ହୋଇଥିଲା।ପରିବାର ଲୋକେ କଣ ହୋଇଛି ବୋଲି ପଚାରିବାରୁ ତାଙ୍କୁ ବୋଧହୁଏ ସାପ କାମୁଡି ଦେଇଥିବା ସନ୍ଦେହ କରି କହିଥିଲେ। ତୁରନ୍ତ ପରିବାର ଲୋକେ ମାଲକାନଗିରି ଡାକ୍ତରଖାନାକୁ ଆଣିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। ତେବେ ସାପ କାମୁଡିବା ପରେ ସେ ଚଲାବୁଲା କରିବା ସହ ହେଳା କରିଦେଇଥିଲେ। ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। ଭେଣ୍ଡା ପୁଅକୁ ହରାଇ ବାପା ମାଆ ଏବେ ଭାଙ୍ଗି ପଡିଛନ୍ତି।

Leave A Reply

Your email address will not be published.