ଶାସ୍ତ୍ରୀନଗର ଅଞ୍ଚଳରୁ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର: ହତ୍ୟା ସନ୍ଦେହ

ଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ଆଉ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର । ଖାରବେଳନଗର ଥାନା ଅନ୍ତର୍ଗତ ଶାସ୍ତ୍ରୀନଗର ଅଞ୍ଚଳରେ ଘଟିଛି ଏହି ଘଟଣା । ଜଣେ ମହିଳାଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ହେଲେ ଶୁଭଶ୍ରୀ ମହାପାତ୍ର। ତାଙ୍କୁ ୩୫ ବର୍ଷ ହୋଇଥିଲା।

ଗତକାଲି ଶୁଭଶ୍ରୀଙ୍କ ମୃତଦେହ ନିଜ ଘରର ବେଡ୍ ଉପରେ ପଡ଼ିଥିଲା। ୪ ବର୍ଷର ପୁଅ ଟ୍ୟୁସନରୁ ଫେରି ମା’ର ଏ ଅବସ୍ଥା ଦେଖି ପାଖ ପଡ଼ୋଶୀଙ୍କୁ ଜଣାଇଥିଲା। ପଡ଼ୋଶୀ ଜରିଆରେ ବାପାଙ୍କୁ ଫୋନ କରିଥିଲା। ସ୍ୱାମୀ ଘରେ ପହଞ୍ଚି ଶୁଭଶ୍ରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ମହିଳାଙ୍କ ବେକରେ କଟା ଦାଗ ରହିଛି। ତାଙ୍କର ଗଳା ଦବାଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ତେବେ କିଏ ଓ କାହିଁକି ଶୁଭଶ୍ରୀଙ୍କୁ ହତ୍ୟା କଲା ତାର କାରଣ ଜଣାପଡ଼ିନାହିଁ। କମିଶନରେଟ ପୁଲିସ ଘଟଣାର ତଦନ୍ତ କରୁଛି। ଶୁଭଶ୍ରୀଙ୍କ ସ୍ୱାମୀ ଅନନ୍ତ ନାରାୟଣ ନାଥ ଏକ ଘରୋଇ କମ୍ପାନୀରେ କାମ କରନ୍ତି। ଗତକାଲି ସେ କାମକୁ ଯାଇଥିଲେ। ଶୁଭଶ୍ରୀ ଘରେ ଏକ ଥିଲେ।

Leave A Reply

Your email address will not be published.